ଓଡିଶା

ସୁସ୍ଥ ସମାଜରେ ଆଜି ବି ଉଜ୍ଜିବୀତ ନ୍ୟୁନ ମାନସିକତା

ଢେଙ୍କାନାଳ, ୧୪/୧୨ (ସୁଜିତ୍ କୁମାର ବେହେରା) : ବାପା ଚାଲିଗଲେ ପରପାରିକୁ । ଗୋଟିଏ ବୋଲି ପୁଅ, ହେଲେ ସେ ବି ଅନ୍ଧ । ସମାଜର କ୍ରୂର ନିୟମ ଭିତରେ ବାପାଙ୍କ ଶେଷ ଯାତ୍ରା ପାଇଁ ମିଳିଲାନି ଚାରି କାନ୍ଧ । ଆଉ ଅସହାୟ ହୋଇପଡିଥିଲେ ପରିବାର ଲୋକ । ଏହାରି ଭିତରେ ଅସହାୟ ପରିବାର ଲୋକଙ୍କ ନିମନ୍ତେ ଦେବଦୂତ ହୋଇ ଆସିଲା ‘ଜନ ମଙ୍ଗଳ’ ସଂଗଠନ ।
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ମାହାଲୁଣ୍ଡା ପଞ୍ଚାୟତ ନୂଆପଡ଼ା ଗ୍ରାମର ମାଛିଆ ପାତକ ରୋଗଗ୍ରସ୍ତ ଜମ୍ବେଶ୍ୱର ସାହୁ (୯୧)ଙ୍କର ମହାପ୍ରୟଣା ଘଟିଥିଲା । ହେଲେ ଅସୂୟା ଭାବର ଶିକାର ହୋଇ ଗ୍ରାମବାସୀ ଓ ସଂପର୍କୀୟମାନେ ଶେଷକୃତ୍ୟ କରିବାକୁ ଆଗ୍ରହ ପ୍ରକାଶ କରିନଥିଲେ । ଏପଟେ ମୃତକଙ୍କ ପୁତ୍ର ଗୋପାଳ ସାହୁ ଅନ୍ଧ ହୋଇଥିବା ବେଳେ ଶ୍ମଶାନକୁ ନେବା ପାଇଁ ଚାରିକାନ୍ଧର ଅଭାବ ହୋଇଥିଲା । ‘ଜନ ମଙ୍ଗଳ’ ସଂଗଠନର ସହାୟତାକ୍ରମେ ମୃତକ ଜମ୍ବେଶ୍ୱର ସାହୁଙ୍କର ଶେଷକୃତ୍ୟ ସମ୍ପନ୍ନ କରିବାକୁ ଅନୁରୋଧ ରଖିଥିଲେ । ସଂଗଠନ ତରଫରୁ ପ୍ରତିଷ୍ଠାତା ବିଭୁ ଶତପଥୀ ତ୍ୱରିତ ପଦକ୍ଷେପ ପୂର୍ବକ ସଂଗଠନର ସେବକ ପ୍ରଭାତ ବେହେରାଙ୍କୁ ସାଥିରେ ନେଇ ପରିବାର ପ୍ରଦତ୍ତ ଜନ ମଙ୍ଗଳ ରାସୋଳ ସଂଗଠନ ଦାୟିତ୍ୱରେ ଥିବା ସଂଗ୍ରାମୀ ସାରଙ୍ଗଧର ଓଂ ଶାନ୍ତି ପରିବହନ ସେବା ଯାନରେ ଗ୍ରାମ ମଶାଣୀକୁ ନେଇ ଥିଲେ । ସଂପର୍କୀୟ ମାନଙ୍କୁ ସଂଗଠନର ଆଜୀବନ ସେବକ ଅନୁରୋଧ ପୂର୍ବକ ସହଯୋଗ ଭିକ୍ଷା କରିବା ପରେ ମୃତକଙ୍କର ହାତଗଣତି ନାତି ଓ ପୁତୁରା ମାନେ କାଠ ସଂଗ୍ରହ କରିଥିଲେ ଓ ଶେଷକୃତ୍ୟ ସମ୍ପର୍ଣ୍ଣ କରିବାରେ ସହଯୋଗ କରିଥିଲେ ମଧ୍ୟ ମୃତକଙ୍କୁ ସ୍ପର୍ଶ କରିନଥିଲେ । ଘରୁ ମୃତକଙ୍କ ଶବ ଉଠାଠାରୁ ଆରମ୍ଭ କରି ଜୁଇରେ ଅଗ୍ନି ସଂଯୋଗ ପର୍ଯ୍ୟନ୍ତ ପ୍ରତିଷ୍ଠାତା ବିଭୁ ଶତପଥୀ, ସେବକ ପ୍ରଭାତ ବେହେରା ଦ୍ୱୟ ସଂଗଠନର ବୟୋଜ୍ୟେଷ୍ଠ ଆଜୀବନ ସେବକ ତୁଷାର ମିଶ୍ରଙ୍କର ଉପସ୍ଥିତିରେ ସେବା କାର୍ଯ୍ୟ ସମ୍ପାଦିତ କରିଥିଲେ । ଏହାପରେ ସେବା କାର୍ଯ୍ୟରେ ସମ୍ପର୍କୀୟ ମାନେ କୃତଜ୍ଞତା ଜ୍ଞାପନ କରିବା ସହିତ ସଂଗଠନକୁ ସ୍ୱଳ୍ପ ଆର୍ଥôକ ସହାୟତା ରାଶି ପ୍ରଦାନ କରିଥିଲେ ।

ଅଧୁନା ବୈଜ୍ଞାନିକ ଯୁଗରେ ସାମାଜିକ ଚଳଣିରେ ଏହିଭଳି ବ୍ୟତିକ୍ରମ ଅତ୍ୟନ୍ତ ଦୁଃଖ ଦାୟକ । ମଣିଷ ଆଜି ଚନ୍ଦ୍ରରେ ପହଞ୍ଚି ଅନେକ ଅଗ୍ରଗତି ପଥରେ ଆଗେଇଛି । ହେଲେ ଅନ୍ତରଙ୍ଗ ମଣିଷର ଶେଷ ସମୟରେ ଏହିଭଳି ମାନସିକତା ସମାଜ ପାଇଁ ଆଗାମୀ ଦିନରେ ସମସ୍ୟା ହେବ ନିଶ୍ଚିତ । ସଂଗଠନ ତରଫରୁ ମୃତକ ଜମ୍ବେଶ୍ୱର ସାହୁଙ୍କର ଅମର ଆତ୍ମାର ସଦଗତି ନିମିତ୍ତ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ପ୍ରାର୍ଥନା ଜଣାଇବା ସହିତ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା