ଓଡିଶା

“ପଦାମୃତ ନୃତ୍ୟାୟନ” ପକ୍ଷରୁ ପଦ୍ମଶ୍ରୀ ଗୁରୁ ଗଙ୍ଗାଧର ପ୍ରଧାନ ସ୍ମୃତି ସନ୍ଧ୍ୟା ଆୟୋଜିତ…

ଗଜପତି, ୧୩/୧୨ (ବିବେକାନନ୍ଦ ବେହେରା) : ନୃତ୍ୟ ସଂଗଠନ “ପଦାମୃତ ନୃତ୍ୟାୟନ” ପକ୍ଷରୁ ପଦ୍ମଶ୍ରୀ ଗୁରୁ ଗଙ୍ଗାଧର ପ୍ରଧାନ ସ୍ମୃତି ସନ୍ଧ୍ୟା ସହ ଅନୁଷ୍ଠାନର ୯ମ ବାର୍ଷିକ ଉତ୍ସବ ଆୟୋଜିତ ହୋଇଯାଇଛି । ସ୍ଥାନୀୟ ଟାଉନହଲ୍ ପରିସରରେ ଆୟୋଜିତ ହୋଇଯାଇଥିବା ଏହି ସ୍ମୁତି ସନ୍ଧ୍ୟାରେ ଅତିଥି ଭାବରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଏଲ୍. ଶ୍ରୀନିବାସ ଆଚରୀ, ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା ମଙ୍ଗରାଜ, ପାରଳା ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ବନମାଳୀ ଶତପଥୀ, ପୂର୍ବତନ ନଗରପାଳ ନୃସିଂହ ଚରଣ ପଟନାୟକ, ସଙ୍ଗୀତ ନିଦେ୍ର୍ଦଶକ ଗରୁ ରଘୁନାଥ ପାତ୍ର ଯୋଗ ଦେଇ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ସ୍ମୁତି ଚାରଣ କରିବା ସହ ଆୟୋଜକ ଅନୁଷ୍ଠାନର ଭୂୟସୀ ପ୍ରଶଂସା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ସଭାପତି କେ. ରାମସ୍ୱାମୀ ଓ ସଂପାଦକ ସୀତାକାନ୍ତ ଜେନା ମଞ୍ଚରେ ଉପସ୍ଥିତ ଥିବାବେଳେ ଉଦଘାଟନୀ ସଭାକୁ ଏକାଡେମୀ ପୁରସ୍କାର ପ୍ରାପ୍ତ ଯୁବ ମଞ୍ଚ କଳାକାର ଆଦର୍ଶ ଦାସ ସଂଯୋଜନା କରିଥିଲେ ।
ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଓଡିଶାର ବରିଷ୍ଠ ଓଡିଶୀ ନୃତ୍ୟ ଗୁରୁ ସଂଯୁକ୍ତା ଦାସ ଓ ବିଶିଷ୍ଟ ଓଡ଼ିଶୀ ସଙ୍ଗୀତ କଣ୍ଠଶିଳ୍ପୀ ସନ୍ତୋଷ ବେହେରାଙ୍କୁ ଓଡିଶୀ ନୃତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗୁରୁ ଗଙ୍ଗାଧର ପ୍ରଧାନ ସ୍ମୁତି ସମ୍ମାନରେ ସମ୍ମାନିତ କରାଯିବା ସହ ୫୦୦୦ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ପରେ ଅନୁଷ୍ଠାନର ଗୁରୁ ବିନ୍ଧୁପ୍ରିୟା ବେହେରା ଓ ପ୍ରିତିପ୍ରୀୟା ବେହେରାଙ୍କ ସମେତ ଶିଶୁ ଓ ଯୁବ କଳାକାରମାନେ ଓଡ଼ିଶୀ, ସମ୍ବଲପୁରୀ, ଚଢେଇ ଚଢ଼େଇଣି ନୃତ୍ୟ ପରିବେଷଣ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମକୁ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ ସଂଯୋଜନା କରିଥିଲେ ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା