ଟିକାବାଲିରେ ଯୁବ ଓଡ଼ିଶାର ସାମାଜିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

କନ୍ଧମାଳ, ୧୧/୧୨ (କୁନା ଦିଗାଲ) : କନ୍ଧମାଳ ଜିଲ୍ଲା ଟିକାବାଲି ଏ.ଏମ୍.ସି.ଏସ୍ କଲେଜ ଓ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ନୂଆ ଓଡିଶା, ଯୁବ ଓଡିଶା, ନବୀନ ଓଡିଶାର କାର୍ଯ୍ୟକ୍ରମରେ ସାମିଲ ହୋଇ ବିରାଟ ରାଲିରେ ତେନ୍ତୁଳି ଗଡ଼ ଗ୍ରାମ ପରିକ୍ରମା କରି, ପ୍ଲାଷ୍ଟିକ ବର୍ଜନ ଓ ସ୍ୱଚ୍ଛତା ଉପରେ ଜନସାଧାରଣଙ୍କୁ ସଚେତନ କରିଥିଲେ । ଯୁବବିକାଶର କୋଡିନେଟର ଅଧ୍ୟାପକ ରତନ ଦିଗାଲ, ସ୍ନାତକର ଅଧ୍ୟାପକ ଜ୍ଞାନରଞ୍ଜନ ଭୋଇ ଏହାକୁ ପରିଚାଳନା କରିଥିଲେ । ଅଧ୍ୟାପକ ଗିଦ୍ୟାନ ଦିଗାଲ, ଅଭୟ ପ୍ରଧାନ, ବିକାଶ ମୁଖି, ଅଧ୍ୟାପିକା ଚମ୍ପା ସୋରେନ, ସଂଘମିତ୍ରା ଦାସ, ପ୍ରିୟଦର୍ଶିନୀ ପ୍ରଧାନ, ଶିବାନୀ କଂହର, ନିବେଦିତା ଭୋଇ, ସ୍ମିତାରାଣୀ ସାହୁ, ମୀରାମ୍ବିକା ସହଯୋଗ କରିଥିଲେ । ସେହିପରି ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ ।