ଓଡିଶା

ଗାର୍ଡିଙ୍ଗିଆ ରାସ୍ତା, ୨୫୦୦ ଟଙ୍କା ଭତା ବୃଦ୍ଧି ଓ ଆବାସ ଘର ମୂଲ୍ୟ ବୃଦ୍ଧି ଦାବି ନେଇ ବିକ୍ଷୋଭ…

କନ୍ଧମାଳ, ୧୧/୧୨ (କୁନା ଦିଗାଲ) : କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ୍ ଟିକାବାଲିଠାରେ ବିଶ୍ୱ ମାନବ ଅଧିକାର ଦିବସ ଅବସରରେ ଏକ ଜନହିତକର ରାଲି ଅନୁଷ୍ଠିତ ହୋଇଯାଇଛି । ଟୁଡୁବାଲି ଛକଠାରୁ ଗାର୍ଡିଙ୍ଗିଆ ବାର୍ଷେଡ଼ି ଛକ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡ଼କ ନିର୍ମାଣ, ବର୍ଷ ବର୍ଷ ଧରି ଏନକ୍ରୋଜ ମେଂଟ୍ କେସ କରି ଭୋଗ ଦଖଲ ଚାଷ ଜମିକୁ ପଟା ପ୍ରଦାନ କରିବା, ମଧୁବାବୁ ପେନସନ ୨୫୦୦ କୁ ବୃଦ୍ଧି କରିବା, ପ୍ରଧାନମନ୍ତ୍ରୀ ଆବାସ ଘରର ମୂଲ୍ୟ ବୃଦ୍ଧି କରି ଦୁଇ ଲକ୍ଷ ପଚାଶ କରିବା, ଟିକାବାଲି ସ୍ୱାସ୍ଥ୍ୟ କେନ୍ଦ୍ରରେ ଆହାର କେନ୍ଦ୍ର ଖୋଲିବା, ଇତ୍ୟାଦି ଜନହିତକର ଦାବୀ ନେଇ ଗାର୍ଡିଙ୍ଗିଆ ପଂଚାୟତ କମିଟିର ସଭାପତି ଶ୍ରୀଯୁକ୍ତ ସଂଜୀବ ଡିଗାଲଙ୍କ ନେତୃତ୍ୱ ଏବଂ ଓ.ଆର.ଡ଼ି.ଏ ସ୍ୱେଛାସେବୀ ଅନୁଷ୍ଠାନ ଓ କନ୍ଧମାଳ ପ୍ରଗତି ମିଳିତ ମହାସଂଘର ସଭାପତି କ୍ରିଷ୍ଣା ଚନ୍ଦ୍ର ଡିଗାଲଙ୍କ ସହଯୋଗରେ ଟିକାବାଲି ହାଟପଦା ପ୍ରାଙ୍ଗଣରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ଏହି ଅବସରରେ ଶୋଭାଯାତ୍ରା ମାଧ୍ୟମରେ ବଜାର ପରିକ୍ରମା କରି ଟିକାବାଲି ଗୋଷ୍ଠୀ ଉର୍ନୟନ ଅଧିକାରୀ ଶ୍ରୀ ମନୋଜ କୁମାର ପାଢ଼ୀଙ୍କ ଅନୁପସ୍ଥିତରେ ଜିପିଓଙ୍କୁ ଚାରି ଦଫା ଦାବୀ ବିଶିଷ୍ଠ ଏକ ଦାବୀ ପତ୍ର ପ୍ରଦାନ କରାଯାଇଥିଲା । ଦାବୀ ପ୍ରଦାନ ବେଳେ ଗାର୍ଡିଙ୍ଗିଆ ସରପଂଚ ଜିତେନ୍ଦ୍ର ମଲିକ, ପୂର୍ଣଚନ୍ଦ୍ର ଦିଗାଲ, ରାମଚନ୍ଦ୍ର ଦିଗାଲ, ପ୍ରକାଶ ଚନ୍ଦ୍ର ଦେହୁରୀ, ମମତା ମଲିକ, ସୁଲଚନା ବେହେରା, ବାସନ୍ତୀ ଦିଗାଲ, ଏହିପରି ଅନେକ ବିପ୍ଲବୀ ମାନଙ୍କ ଦୃଢ଼ ନିଷ୍ପତିରେ ରାଲି ସଫଳ ହେଇଥିବା ଦେଖିବାକୁ ମିଳିଛି । ରାଲିକୁ ଶୃଙ୍ଖଳିତ ଭାବରେ ସଫଳ ପରିସମାପ୍ତିରେ ସହଯୋଗ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଟିକାବାଲି ପୋଲିସ ପ୍ରଶାସନ ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା