ଓଡିଶା

ମାନବାଧିକାର ମିସନର ବାର୍ଷିକ ଉତ୍ସବରେ ଅଙ୍ଗନୱାଡ଼ି ଛାତ୍ରଛାତ୍ରୀଙ୍କୁ ସିଲଟ୍ ଏବଂ ଖଡ଼ି ବଂଟନ…

କନ୍ଧମାଳ, ୧୧/୧୨ (କୁନା ଦିଗାଲ) : ମାନବାଧିକାର ମିସନର ରାଜ୍ୟ ସଭାପତି ଦିଲ୍ଲିପ କୁମାର ଧଳ ଏବଂ ମହିଳା ସଭାନେତ୍ରୀ ଶ୍ରୀମତୀ ଆରତୀ ମଙ୍ଗରାଜ, ଉପ ସଭାପତି ଶ୍ରୀ ଜଳନ୍ଧର ବେହେରାଙ୍କ ନିଦେ୍ର୍ଦଶନାରେ ମାନବାଧିକାର ଚେୟାରପର୍ସନଙ୍କ ନିଷ୍ପତିକ୍ରମେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ମାନବାଧିକାର ଦିବସ ପାଳିତ ହେଉଛି । ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲା ଜାମୁଝରି ବଙ୍ଗଳା ସାହିସ୍ଥିତ ଅଙ୍ଗନୱାଡ଼ି କର୍ମୀ ରଶ୍ମିନି ମଲ୍ଲିକ ଏବଂ ସରପଂଚ ଲଳିତା କହଁରଙ୍କ ନେତୃତ୍ୱରେ ୭୬ତମ ମାନବଧିକାର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମାନବାଧିକାର ମିସନ କନ୍ଧମାଳ ଜିଲ୍ଲା ସଭାପତି ବିରାଜ କୁମାର ପ୍ରଧାନ, ସମ୍ପାଦକ ଶେଖ୍ ରିହାଜୁଦିନ୍, ଉପ ସଭାପତି ଅକ୍ଷୟ କୁମାର ରାୟ, ମାନବାଧିକାର ମିସନ ମିଡ଼ିଆ ସମ୍ପାଦକ ତଥା ଇଓଉଡଉର ରାଜ୍ୟ ଉପସଭାପତି ସାମ୍ବାଦିକ କୁନା ଦିଗାଲ, ହୋମଗାର୍ଡ ସଂଘ କର୍ମକର୍ତା ,ସଭାପତି ପ୍ରଭାତ କୁମାର ସାହାଣୀ, ସମ୍ପାଦକ ସପନ କୁମାର ମିଶ୍ର, ଟାଉନ ଥାନା ହୋମଗାର୍ଡ ସଂଘ କର୍ମକର୍ତା ଉପ ସଭାପତି ସାଫରିନ ଖାନ୍, କୋଷାଧ୍ୟକ୍ଷ ଜୟନ୍ତୀ ଚୈଧୁରୀ ପ୍ରମୁଖ ଉପସ୍ଥିତ ରହି ଅଙ୍ଗନବାଡ଼ିର କୁନି କୁନି ଛାତ୍ରଛାତ୍ରୀଙ୍କୁ ସିଲଟ୍, ଖଡ଼ି ଏବଂ ବିସ୍କୁଟ ଆଦି ବଂଟନ କରିଥିଲେ ।
କନ୍ଧମାଳ ଜିଲ୍ଲା ଶୃଙ୍ଖଳିତ ପଞ୍ଜୀକୃତ ହୋମଗାର୍ଡ ସଂଘ କର୍ମକର୍ତା ମଞ୍ଜୁଳା ନାୟକଙ୍କ ହାଇକୋର୍ଟ ଡିଗ୍ରୀ କେସ ମାନବାଧିକାର ମିସନ ରାଜ୍ୟ ସଭାପତି ଶ୍ରୀ ଦିଲ୍ଲିପ କୁମାର ଧଳ ଏବଂ ମହିଳା ସଭାନେତ୍ରୀ ଶ୍ରୀମତୀ ଆରତୀ ମଙ୍ଗରାଜ, ମାନବାଧିକାର ମିସନ ଚେୟାରପର୍ସନ ଡକ୍ଟର ମହେନ୍ଦ୍ର ଶର୍ମା, ଫାର୍ମର ଚିପ ଜଷ୍ଟିସ ଅଫ୍ ଇଣ୍ଡିଆ, ଶ୍ରୀ କେ, ଜି, ବାଳକ୍ରିଷ୍ଟା, ଏକ୍ସ (ଘଐଜଉ) ଚେୟାରପର୍ସନ, ପେଟ୍ରୋନ ମାନବାଧିକାର ମିସନ ଶ୍ରୀମତୀ ଗ୍ୟାନ ସୁଧା ମିଶ୍ର, ଫାର୍ମର ଜଷ୍ଟିସ ସୁପ୍ରିମକୋର୍ଟ ଅଫ ଇଣ୍ଡିଆ, ପେଟ୍ରୋନ (ଐଜଗ) ଶ୍ରୀମତୀ ମମତା ଶର୍ମା, ଏକ୍ସ ଚୈୟାରପରସନ (ଘଉଡ)ଅଫ ଇଣ୍ଡିଆ, ପେଟ୍ରୋନ (ଐଜଗ)ଙ୍କ ଆଲୋଚନା ପ୍ରକାର ୨୦୨୨, ମସିହାରେ ମାନବାଧିକାର ମିସନ ଆଇନଜୀବୀ ଶ୍ରୀ ଶେଖର ଶ୍ରୀବାସ୍ତବଙ୍କ ଦୃଢ଼ ଇଚ୍ଛାଶକ୍ତି ବଳରେ ଆଜିର ଦିନରେ ଓଡ଼ିଶାର ୧୬ ହଜାରରୁ ଉର୍ଦ୍ଧ୍ୱ ହୋମଗାର୍ଡ କର୍ମଚାରୀ ଉପକୃତ ହୋଇ ଦୈନିକ ଟ,୫୩୩, ଟଙ୍କା ହିସାବରେ ମାସିକ ୧୫୦୦୦ ଟଙ୍କାରୁ ଉର୍ଦ୍ଧ୍ୱ ଦରମା ପାଉଛନ୍ତି । ଏବଂ ଆଗାମୀ ଦିନରେ ଖୁବଶୀଘ୍ର ସୁପ୍ରିମକୋର୍ଟଙ୍କ ନିଦେ୍ର୍ଦଶ ପ୍ରକାରେ ସମାନ କାମକୁ ସମାନ ଦରମା ହାରରେ ସୁପ୍ରିମକୋର୍ଟ ଜଷ୍ଟିସ ଏମ୍ ଆର୍ ଶାହା ଖଣ୍ଡପୀଠରେ ଶେଷ ଶୁଣାଣି ହୋଇ ତା ୧୭/୩/୨୦୨୩, ମସିହାର ଜର୍ଜମେଂଟ୍ ଅଡର ଅନୁସାରେ ଓଡ଼ିଶାର ସମସ୍ତ ହୋମଗାର୍ଡ ଭାଇ ଭଉଣୀମାନେ ଉପଯୁକ୍ତ ନ୍ୟାୟ ପାଇବା ପାଇଁ ଯାଉଛନ୍ତି । ଏଣୁ ମାନବାଧିକାର ମିସନର ପ୍ରୟାସକୁ କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ କର୍ମକର୍ତା ଭୂୟଂସୀ ପ୍ରଶଂସା କରିଛନ୍ତି । ଆୟୋଜିତ କାର୍ଯ୍ୟକ୍ରମରେ ସମାଜସେବୀ ପ୍ରଦୀପ କହଁର, ନୀଳାମ୍ବର କହଁର ଏବଂ କନ୍ଧମାଳ ଜିଲ୍ଲା ମିଳିତ ମଂଚ ଜିଲ୍ଲା ସଭାପତି ସମୀର କୁମାର ଘଟାଲ ଉପସ୍ଥିତ ରହି ଶୃଙ୍ଖଳିତ ସହଯୋଗ କରିଥିଲେ ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା