ଓଡିଶା

ଚଳିତ ବର୍ଷ ମହିଳା ପୁଲିସଙ୍କୁ ସମ୍ମାନ ଦେବ “ନମନ-୨୦୨୩’…

ଭୁବନେଶ୍ୱର, ୦୬/୧୨ (ଅଭିଜିତ୍ ସିଂ) : ଓଡିଶାର ଅଗ୍ରଣୀ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ନମନ ଫାଉଣ୍ଡେସନ ଆନୁକୂଲ୍ୟରେ ତଥା ଅଗ୍ରଣୀ ପ୍ରତିଷ୍ଠାନ ହ୍ୱାଇଟ କାନଭାସ, ପୋପା ଏବଂ ସ୍ମାଇଲ ପ୍ଲିଜ଼ ଟ୍ରଷ୍ଟ ସହଯୋଗରେ ଆଗାମୀ ଡିସେମ୍ବର ୯ ତାରିଖ ଶନିବାର ଦିନ ସପ୍ତମ ବାଟାଲିୟନ ପରିସରରେ ୨ୟ ନମନ – ୨୦୨୩ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏ ନେଇ ଆୟୋଜିତ ପ୍ରେସ୍ ବିଜ୍ଞପ୍ତିରେ ଘୋଷଣା କରାଯାଇଛି । ନମନ ପୁଲିସ ଭାଇ ଭଉଣୀ ତଥା ସେମାନଙ୍କ ପରିବାର ପାଇଁ ଉତ୍ସର୍ଗୀକୃତ ଏବଂ ନିଆରା ଓ ଅନନ୍ୟ କାର୍ଯ୍ୟକ୍ରମ । ଆଇନ ଶୃଙ୍ଖଳା ରକ୍ଷା କରିବା ବ୍ୟତୀତ ପୁଲିସ ଅହରହ ନିଜ ଜୀବନକୁ ବାଜି ଲଗାଇ ଆମ ଜୀବନକୁ ସରଳ, ସୁନ୍ଦର ଓ ଶୃଙ୍ଖଳିତ କରିବାର ପ୍ରୟାସ ଜାରି ରଖିଥାଏ । ନିସ୍ୱାର୍ଥପର ଭାବେ ସେମାନେ ସମାଜର ଜାଗ୍ରତ ପ୍ରହରୀ ଭାବେ ବର୍ଷକ ବାର ମାସ ଅବିରତ ପରିଶ୍ରମ ସହ ଅନେକ ତ୍ୟାଗ କରିଥାନ୍ତି । ଏବଂ ଏ ନେଇ ସେମାନଙ୍କ ପରିବାର ମଧ୍ୟ ସେମାନଙ୍କୁ ସହଯୋଗ କରିଥାନ୍ତି । ତେଣୁ କମିଶନରେଟ ପୁଲିସ ଓ ଅନ୍ୟ ସମସ୍ତ ପୁଲିସ ସହଯୋଗୀଙ୍କ ନିସ୍ୱାର୍ଥ ସେବାକୁ ହୃଦୟରୁ ସମ୍ମାନ ଦେବାର ଏକ ନିଆରା କାର୍ଯ୍ୟକ୍ରମ ସ୍ୱରୂପ ନମନ ଗତବର୍ଷଠାରୁ ଆୟୋଜିତ ହୋଇଆସୁଛି ।
ଚଳିତ ବର୍ଷ ନମନ ୨ୟ ସଂସ୍କରଣରେ ଓଲିଉଡ଼ ଓ ବଲିଉଡର ଅନେକ ଅଭିନେତା, ଅଭିନେତ୍ରୀ, କଣ୍ଠଶିଳ୍ପୀ, କମେଡିଆନ, ଉପସ୍ଥାପକ ଯୋଗ ଦେବେ । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓଲିଉଡ଼ ଷ୍ଟାର ତଥା ଅନୁଷ୍ଠାନର ଉପାଧ୍ୟକ୍ଷ ସବ୍ୟସାଚୀ ମିଶ୍ର, ଅଧ୍ୟକ୍ଷ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ ଏବଂ ମ୍ୟାନେଜିଙ୍ଗ ଟ୍ରଷ୍ଟି ଶ୍ରୀ ଉଲ୍ଲାସ ବେହେରା ଉପସ୍ଥିତ ରହି ଏହି ନିଆରା କାର୍ଯ୍ୟକ୍ରମକୁ ସ୍ୱତନ୍ତ୍ର ଶୈଳୀରେ ଉପସ୍ଥାପନା କରିବା ପାଇଁ ନମନ ଫାଉଣ୍ଡେସନ ତାର ସମସ୍ତ ପ୍ରୟାସ ଜାରି ରଖିଛନ୍ତି ବୋଲି ପ୍ରକାଶ କରିଥିଲେ । ଚଳିତ ବର୍ଷର ମୁଖ୍ୟ ଆକର୍ଷଣ ରହିଛି ମହିଳା ପୁଲିସଙ୍କୁ ସମ୍ମାନ କାର୍ଯ୍ୟକ୍ରମ ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା