ଓଡିଶା

ଆମ୍ରି ହସ୍ପିଟାଲରେ ବୃଦ୍ଧା ପାଇଲେ ନୂତନ ଜୀବନ; ଲାଗିଲା ତାର ବିହୀନ ଅତ୍ୟାଧୁନିକ ପେସ୍‌ମେକର…

ଭୁବନେଶ୍ୱର, ୦୬/୧୨ (ଅଭିଜିତ୍ ସିଂ) : ଚିକିତ୍ସା କ୍ଷେତ୍ରରେ ଆଉ ଏକ ମାଇଲଷ୍ଟୋନ୍ ଅତିକ୍ରମ କରିଛି ଭୂବନେଶ୍ୱରସ୍ଥିତ ଆମ୍ର ହସ୍ପିଟାଲ । ପ୍ରଥମଥର ପାଇଁ ଜଣେ ବୟସ୍କ ମହିଳାଙ୍କଠାରେ ଲାଗିଲା ଅତ୍ୟାଧୁନିକ ତାରବିହୀନ ପେସ୍‌ମେକର । ଅତ୍ୟଧିକ ମୁଣ୍ଡ ବୁଲାଇ ହେବା (ପ୍ରିସିନକୋପ୍‌), ଚେତାଶୂନ୍ୟ ହେବା ଭଳି ଅନୁଭବ ହେବାରୁ ତାଙ୍କ ପରିବାର ଲୋକେ ତାଙ୍କୁ ଆମ୍ରି ହସ୍ପିଟାଲର ଜରୁରୀକାଳୀନ ବିଭାଗକୁ ଆଣିଥିଲେ । ସେଠାରେ ସମସ୍ତ ପ୍ରକାର ଚିକିତ୍ସା ପରେ ସେ ବ୍ରାଡିକାର୍ଡିଆ ରୋଗରେ ଆକ୍ରାନ୍ତ ଏବଂ ତାଙ୍କ ହାର୍ଟରେଟ୍ ୨୨ରୁ କମ୍ ଥିବା ଜଣାପଡିଥିଲା । ଆମ୍ରି ହସ୍ପିଟାଲର ଅଭିଜ୍ଞ ହୃଦ୍‌ରୋଗ ବିଶେଷଜ୍ଞ ଡାକ୍ତର ଦିବ୍ୟରଞ୍ଜନ ବେହେରା ଓ ତାଙ୍କ ଟିମ୍ ତୁରନ୍ତ ତାଙ୍କ ଚିକିତ୍ସା ଆରମ୍ଭ କରିଥିଲେ । ପ୍ରାଥମିକ ସ୍ତରରେ କିଛି ଇଞ୍ଜେକସନ୍ ଓ କିଛି ଔଷଧ ଦେଇ ତାଙ୍କର ହାର୍ଟ ରେଟ୍‌କୁ ସାମୟିକ ଉନ୍ନତ କରିଥିଲେ । ତାଙ୍କ ହାର୍ଟରେଟ ସାଧାରଣ ଠାରୁ କମ ଥିବାରୁ ଡାକ୍ତର ଦିବ୍ୟରଞ୍ଜନ ତାଙ୍କ ହାର୍ଟରେ ପେସ୍‌କର ଲଗାଇପାଇଁ ଯୋଜନା କରିଥିଲେ ।
ପେସ୍‌ମେକର ସାଧାରଣତଃ ଏକ ଛୋଟିଆ ଯନ୍ତ୍ର ଯେଉଁଥିରେ ଏକ ବ୍ୟାଟେରୀ ଓ ତାର ସାହାଯ୍ୟରେ ରୋଗୀଙ୍କ ହାର୍ଟରେଟ୍‌କୁ ନିୟନ୍ତ୍ରଣ କରାଯାଇଥାଏ । ପେସ୍‌ମେକରକୁ ଅପରେସନ୍ କରି ଛାତି ତଳେ ହାର୍ଟ ପାଖରେ ଲଗାଯାଇଥାଏ, ଏବଂ ଏହାର ଲିଡ୍ ବା ତାର ଗୁଡ଼ିକ ଯାହା ହାର୍ଟ ଚାମ୍ବର ସହିତ ସଂଯୋଗ କରିଥାଏ । ତେବେ ଛାତିରେ ବା ଛାତିର ଶିରାରେ ଅନ୍ୟ କିଛି ରୋଗ ଥିଲେ ପେସ୍‌ମେକର ଲଗାଯାଇପାରିବ ନାହିଁ । ସେତେବେଳେ ଏପିକାର୍ଡିଆଲ୍ ଲିଡ୍ ପ୍ରତିରୋପଣ ସହିତ ଓପନ୍ ହାର୍ଟ ସର୍ଜରୀ ଏକମାତ୍ର ବିକଳ୍ପ ଅଟେ ।
ଏହି ମହିଳା ଜଣକ ପୂର୍ବରୁ ସ୍ତନ କର୍କଟ ରୋଗରେ ଆକ୍ରାନ୍ତ ଥିବାରୁ ଏବଂ ତାଙ୍କର ସ୍ତନ ଅପରେସନ୍ ସହିତ ରେଡିଏସନ୍ ଥେରାପୀ ଓ କେମୋଥେରାପୀ କରିଥିଲେ । ଏହି କାରଣଗୁଡିକ ପାଇଁ ତାଙ୍କ ଛାତିରେ ଏବଂ ଛାତି ଶିରାରେ ପେସ୍‌କର ଲଗାଇବା ସମ୍ଭବପର ନ ଥିଲା । ସମୟ ସହିତ ଉନ୍ନତ ହୋଇଛି ଚିକିତ୍ସା ବିଜ୍ଞାନ । ବର୍ତମାନ ଲିଡଲେସ୍ ପେସ୍‌ମେକର ଲଗାଯାଇ ପାରୁଛି । ଏହି ଅତ୍ୟାଧୁନିକ ପେସ୍‌ମେକରରେ କୌଣସି ତାର ଲଗାଇବାର ଅବଶ୍ୟକ ନଥାଏ । ଆମ୍ରି ହସ୍ପିଟାଲର ବରିଷ୍ଠ ହୃଦ୍‌ରୋଗ ବିଶେଷଜ୍ଞ ଡାକ୍ତର ଦିବ୍ୟରଞ୍ଜନ ବେହେରା ସଫଳତାର ସହ ଏହି ଲିଡ୍‌ଲେସ୍ ପେସ୍‌ମେକର ମହିଳାଙ୍କ ଠାରେ ଲଗାଇଥିଲେ, ଫଳରେ ମହିଳା ଜଣଙ୍କ ସମ୍ପୂର୍ଣ ସୁସ୍ଥ୍ୟ ହୋଇ ଘରକୁ ଫେରିଛନ୍ତି । କୌଣସି ରୋଗୀଙ୍କ ଠାରେ ତାର ବିହୀନ ପେସ୍‌ମେକର ଲାଗିବା ଆନ୍ଧ୍ର ହସ୍ପିଟାଲରେ ପ୍ରଥମ ଏବଂ ରାଜ୍ୟର ପ୍ରଥମ କିଛି ମାମଲା ମଧ୍ୟରୁ ଗୋଟିଏ ବୋଲି ଡାକ୍ତର ଦିବ୍ୟରଞ୍ଜନ ସୂଚନା ଦେଇଛନ୍ତି ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା