ଓଡିଶା

ବୃକ୍ଷ ଆମର ପ୍ରଥମ ସନ୍ତାନ, ପ୍ରଥମାଷ୍ଟମୀରେ ବୃକ୍ଷଙ୍କୁ ବନ୍ଦାପନା…

ଭୁବନେଶ୍ୱର, ୦୬/୧୨ (ଅଭିଜିତ୍ ସିଂ) : ନିଆରା ଢଙ୍ଗରେ ପ୍ରଥମାଷ୍ଟମୀ ପାଳିଲେ ତୁଷାର ଚାରିଟେବୁଲ ଟ୍ରଷ୍ଟ । ପ୍ରଥମାଷ୍ଟମୀ ଉପଲକ୍ଷେ ଟ୍ରଷ୍ଟ ପକ୍ଷରୁ ୟୁନିଟ୍ ୯ ସ୍ଥିତ ବିଏସ୍‌ଏନ୍‌ଏଲ ନିକଟ ପାର୍କରେ ବସ୍ତି ଅଂଚଳର କିଛି କୁନି କୁନି ପିଲାଙ୍କୁ ପିଠା ମିଠା ବଂଟନ କରିବା ସହିତ ବନ୍ଦାପନା କରାଯାଇଥିଲା । ଏହି ଅବସରରେ ତୁଷାର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବୃକ୍ଷ ରୋପଣ କରାଯାଇଥିଲା ।
ଆମେ ଯେମିତି ଘରର ବଡ ବୋଲି ପ୍ରଥମାଷ୍ଟମୀରେ ଆମକୁ ବନ୍ଦାପନା କରାଯାଏ ଠିକ୍ ସେମିତି ବୃକ୍ଷ ଆମର ପ୍ରଥମ ସନ୍ତାନ ବୋଲି କହିଥିଲେ ତୁଷାର ଚାରିଟେବୁଲ ଟ୍ରଷ୍ଟର ସମ୍ପାଦକ । ତେଣୁ ସମସ୍ତେ ମିଳିମିଶି ଅଗମୀପିଢୀ ପାଇଁ ଗଛଟିଏ ଲଗାନ୍ତୁ ବୋଲି ଆହ୍ୱାନ ଦେଇଥିଲେ ସମ୍ପାଦକ । କାର୍ଯ୍ୟକ୍ରମରେ ଅତିଥି ଭାବେ ସମାଜସେବୀ ଜଗନ୍ନାଥ ପ୍ରଧାନ, ଗଛ ପ୍ରେମୀ ପ୍ରଶାନ୍ତ ପାଣି, ସୁନାକର ସିଂହ, ଶିବିର କୁମାର ପରିଡ଼ା, ଜୟପ୍ରକାଶ ସଂଗ୍ରାମ ଜେନା, ସୁଶୀଲ ସାହୁ, ରବି, ବୁଧ, ବୁନୁ, ଜୟନ୍ତି କର, କୁନା, ଜୋଷ୍ଣା ପରିଡ଼ା, ବସନ୍ତ ପରମା ନାମିତ ଜୟା ନାମିତ ବାଟ ମଙ୍ଗଳା ଏସ୍‌ଏଚଜି ମହିଳା ମାନେ ଯୋଗ ଦେଇଥିଲେ ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା