ମୋରାଙ୍କ ଜୀବନରେ ଛୋଟିଆ ଖୁସି ଆଣିଲା ‘ଛୋଟ ଏକ ପ୍ରୟାସ’ ସଂଗଠନ….

ଢେଙ୍କାନାଳ, ୦୬/୧୨ (ସୁଜିତ୍ କୁମାର ବେହେରା) : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକରେ ଗଢି ଉଠିଥିବା ଛୋଟ ଏକ ପ୍ରୟାସ ଟିମ୍ ସଦା ସର୍ବଦା ଜନହିତକର କାର୍ଯ୍ୟକରି ଥାଆନ୍ତି । କେତେବେଳେ କାହାପାଇଁ ଘର ଖଣ୍ଡିଏ ନିର୍ମାଣ କରିଦେଇ ତ କେତେବେଳେ ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତିଙ୍କୁ ତୁରନ୍ତ ରକ୍ତଦାନ କରି ଏବଂ କେତେବେଳେ ନୂତନ ବସ୍ତ୍ର, ଶୁଖିଲା ଖାଦ୍ୟ, ଅନ୍ନ, ଡାଲି, ଚାଉଳ, କମଳ, ପୋଷାକ ଆଦି ବଂଟନ କରି ଚର୍ଚ୍ଚର ପରିସର ଭୁକ୍ତ ହୋଇଥାଆନ୍ତି । ଏପରିକି ଅନେକ ସମୟରେ ଗରିବ ଛାତ୍ରଛାତ୍ରୀଙ୍କୁ ବହି, ପୋଷାକ ଦେବା ସହ ଅର୍ଥ ଅଭାବରୁ ଚିକିତ୍ସା ହୋଇ ପାରୁନଥିବା ଲୋକଙ୍କ ପାଖରେ ପହଂଚି ସେମାନଙ୍କୁ ସାହାଯ୍ୟ କରି ଲୋକଙ୍କ ପ୍ରଶଂସଲା ସାଉଁଟି ଥାଆନ୍ତି ଛୋଟ ଏକ ପ୍ରୟାସ ଟିମ୍ ।
ଏହି ପରିପ୍ରେକ୍ଷୀରେ ପ୍ରୟାସ ଟ୍ରଷ୍ଟ ପକ୍ଷରୁ ହିନ୍ଦୋଳ ବ୍ଲକ ପାଟଲା ପଂଚାୟତ ଖାଲପାଳ ଗ୍ରାମର ଜନୈକ ଦିବ୍ୟାଙ୍ଗକୁ ସାହାଯ୍ୟ କରାଯାଇଛି । ଯାହାକୁ ନେଇ ଖାଲପାଳ ଗ୍ରାମରେ ଛୋଟ ଏକ ପ୍ରୟାସ ଟିମ୍କୁ ବହୁ ପ୍ରଶଂସା କରାଯାଉଛି । ସୂଚନା ଅନୁସାରେ, ମୋରା ପଟନାୟକ (୭୦ ବର୍ଷ) ଏବଂ ନାତି ରାଜୁ ପଟ୍ଟନାୟକ (୩୦ ବର୍ଷ) ବହୁ ଦୁଃଖ କଷ୍ଟରେ ଚଳୁଥିଲେ । ରାଜୁ ଏକ ଗାଡି ଦୁର୍ଘଟଣାରେ ଦିବ୍ୟାଙ୍ଗ ହୋଇ ଯିବା ପରେ ରାଜୁଙ୍କ ପରିବାର ଚଳିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପୂର୍ବରୁ ରାଜୁଙ୍କ ବାପା ଓ ମା ଆରପାରିକୁ ଚାଲିଯାଇଥିଲେ । ଆଉ ରାଜୁ ଏବେ ଦିବ୍ୟାଙ୍ଗ ହୋଇଯିବା ପରେ ତାଙ୍କ ଜେଜେ ମା ଏବଂ ରାଜୁଙ୍କ ପକ୍ଷେ ଚଳିବା ଏକପ୍ରକାରର କଷ୍ଟସାଧ୍ୟ ହୋଇଯାଇଥିଲା । ଘଟଣା ବାବଦରେ ଜାଣିବା ପରେ ସାମାଜିକ ଅନୁଷ୍ଠାନ ଛୋଟ ଏକ ପ୍ରୟାସ ରାଜୁଙ୍କ ପରିବାକୁ ସାହାଯ୍ୟର ହାତ ବଢ଼େଇଛି । ଉଭୟ ଜେଜେମା ଓ ନାତିଙ୍କୁ ଟିମ୍ ପକ୍ଷରୁ ଶୁଖିଲା ଖାଦ୍ୟ, ଶୀତ ବସ୍ତ୍ର ଓ କିଛି ଅର୍ଥ ରାଶି ଯୋଗାଇ ଦେଇଛି । ଏଭଳି ପ୍ରୟାସକୁ ହିନ୍ଦୋଳବାସୀ ଛୋଟ ଏକ ପ୍ରୟାସ ଟିମକୁ ଧନ୍ୟବାଦ ଜଣାଇଛନ୍ତି ।
ପୁଅ ଦିବ୍ୟାଙ୍ଗ ହୋଇଯିବା ପରେ ସାବତ ମାଆ ଯେତେବେଳେ ପୁଅ ଏବଂ ଶାଶୁଙ୍କୁ ଏକା କରି ଚାଲିଗଲେ, ଏହା ସହ ସାନ ପୁଅ ଏବଂ ବୋହୂ ବୃଦ୍ଧା ମା ଏବଂ ପୁତୁରାକୁ ଛାଡି ଚାଲିଗଲେ ସେଠାରେ ଛୋଟ ଏକ ପ୍ରୟାସ ଟିମ୍ର ଏତାଦୃଶ କାର୍ଯ୍ୟକୁ ଭୂରି ଭୂରି ପ୍ରଶଂସା କରିଛନ୍ତି ଅଂଚଳବାସୀ । ଅପରପକ୍ଷେ ଏଭଳି ପରିବାର ଲୋକଙ୍କୁ ପ୍ରଶାସନ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଅଂଚଳବାସୀ ।