ଓଡିଶା

ସଭାପତି ଦେବାଶିଷ ମିଶ୍ରଙ୍କ ଅକାଳ ବିୟୋଗ ପାଇଁ ଶୋକସଭା ଅନୁଷ୍ଠିତ…

ଘସିପୁରା, ୪/୧୨ (ସ୍ମୃତି ରଞ୍ଜନ ବିହାରୀ) : ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଉପଲକ୍ଷେ ଆନନ୍ଦପୁର ଅଂଚଳର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଯାହାକି ମାତ୍ର ତିନିବର୍ଷ ମଧ୍ୟରେ ସମଗ୍ର ରାଜ୍ୟରେ ପ୍ରକୃତି ମିତ୍ର ପୁରସ୍କାର ପାଇଥିବା ମା ମଙ୍ଗଳା ସ୍ୱେଚ୍ଛାସେବୀ ସଂଗଠନ ଯାହାକି ପକୃତି ସଂସ୍କୃତି ଓ ମାନବିକତା ଅଧିକାର ସୁରକ୍ଷା ଓ ଗରିବ ଅସହାୟ ବ୍ୟକ୍ତିଙ୍କ ସାହାରା, ରକ୍ତଦାନ, ମେଡ଼ିକାଲ କ୍ଷେତ୍ରରେ କାର୍ଯ୍ୟ କରି ଅନେକ ନାମ ଅର୍ଜନ କରିପାରିଥିବା ମା ମଙ୍ଗଳା ସଂଗଠନ ଆନନ୍ଦପୁର ବ୍ଲକ ହରିଡାପାଳ ପଂଚାୟତ ମଙ୍ଗଳପୁର ସନିମନ୍ଦିର ପଡ଼ିଆରେ ସଂଗଠନର ତୃତୀୟ ବାର୍ଷିକ ଉତ୍ସବରେ ପ୍ରଥମେ ସଭାପତି ସ୍ୱର୍ଗତ ଦେବାଶିଷ ମିଶ୍ରଙ୍କ ଫଟୋଚିତ୍ର ସମ୍ମୁଖରେ ସମସ୍ତେ ପୁଷ୍ପମାଲ୍ୟ ଦେଇ ଶୋକସଭା କରି ସଭା ଅନୁଷ୍ଠିତ ହୋଇଥିଲା । ଯିଏ ବିଶ୍ୱ ମହାମରୀ କରୋନା ସମୟରେ ଉକ୍ତ ସଂଗଠନ ପକ୍ଷରୁ ଅସହାୟ ଗରିବ ଓ ନିଃସହାୟ ବ୍ୟକ୍ତିଙ୍କ ପାଇଁ ଦେବଦୂତ ସାଜି ସ୍ୱେଚ୍ଛାସେବୀ ବ୍ୟକ୍ତି ବିଶେଷଙ୍କର ସହଯୋଗରେ ଖାଦ୍ୟ, ବସ୍ତ୍ର ସହ ସୁରକ୍ଷିତ ଭାବରେ ବାସସ୍ଥାନରେ ପହଂଚାଇବାର ଯଥାସମ୍ଭବ ସୁବ୍ୟବ୍ୟସ୍ଥା କରିଆସୁଛନ୍ତି । ତତସହିତ ଓଡ଼ିଶାର ଅନେକ ସ୍ୱେଚ୍ଛାସେବୀ ସଂଗଠନ ବିଭିନ୍ନ ସମୟରେ ଅସହାୟ ସମୟରେ ଲୋକମାନଙ୍କୁ ସହାୟ ହେଉଥିବା ସ୍ୱେଚ୍ଛାସେବୀ ଯୁବକ ଯୁବତୀମାନେ ଦେବଦୂତ ସାଜି ପ୍ରତ୍ୟେକ କ୍ଷେତ୍ରରେ ସାହାଯ୍ୟ କରି ଆସୁଛନ୍ତି । ଏଥିପାଇଁ ମା ମଙ୍ଗଳା ସ୍ୱେଚ୍ଛାସେବୀ ସଂଗଠନର ବାର୍ଷିକ ଉତ୍ସବ ଉପଲକ୍ଷେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ୧୩୦ରୁ ଉର୍ଦ୍ଧ୍ୱ ସେବା ସଂଗଠନମାନଙ୍କୁ ଉତ୍ସାହିତ କରିବା ସହ ସମ୍ମାନିତ କରାଯାଇଛି । ଏଥିସହିତ ଆନନ୍ଦପୁର ଅଂଚଳର ସାମ୍ବାଦିକ ବନ୍ଧୁମାନେ ନିଷ୍ଠାପର ଭାବେ କାର୍ଯ୍ୟ କରୁଥିବାରୁ ସମସ୍ତ ସାମ୍ବାଦିକଙ୍କୁ ସମ୍ନାନିତ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସାହିତିକ ଡ଼ ରାମଚନ୍ଦ୍ର ନାୟକ ଯୋଗଦେଇଥିବା ବେଳେ ଘସିପୁରା ଥାନା ଅଧିକାରୀ ସୁଶାନ୍ତ କୁମାର ପରିଡା, ଆସିଷ୍ଟାଣ୍ଡ ରେଞ୍ଜର ନବକିଶୋର ନାୟକ, ମଳୟ କୁମାର ସାହୁ, ଓମ୍ଫେଡ଼ ଆନନ୍ଦପୁର ଜେନେରାଲ ମ୍ୟାନେଜର ସତ୍ୟପ୍ରକାଶ ଧର ସମ୍ନାନିତି ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ସଦସ୍ୟ ଏବଂ ବୁକ୍ଷପ୍ରେମୀ ଶ୍ରୀଯୁକ୍ତ ରନôାକର ଘଡେଇ ଓ ଅନ୍ୟତମ ଅତିଥି ଭାବେ ଧରଣୀଧର ପଣ୍ଡା, ଗୋବର୍ଦ୍ଧନ ବେହେରା, ମଠାଧିସ ଶ୍ରୀମଦ ନାରାୟଣ ଦାସ ପ୍ରମୁଖ ଯୋଗଦେଇ ସମାଜର କଲ୍ୟାଣ ପାଇଁ ଅନେକ ମନ୍ତବ୍ୟ ଦେଇଥିଲେ । ଉକ୍ତ ଉତ୍ସବରେ ଶିକ୍ଷକ ରଞ୍ଜନ କୁମାର ଜେନା ଏବଂ ମୋହନ ଚରଣ ବିନ୍ଧାଣି, ଶେଷଦେବ ଓଝା ପ୍ରମୁଖ ମଂଚ ପରିଚାଳନା କରିଥିଲେ । ଶେଷରେ ଅତିଥି ମାନେ ସେବାର ମହତ୍ୱ ବିଷୟରେ ବିଭିନ୍ନ ପ୍ରକାର ଉଦାହରଣ ଦେଇ ସମସ୍ତଙ୍କୁ ବୁଝାଇଥିଲେ । ମା ମଙ୍ଗଳା ସେବା ସଂଗଠନର ସମସ୍ତ ସଦସ୍ୟ ମାନେ ଶାନ୍ତି ଶୃଙ୍ଖଳାରେ ସମ୍ପୂର୍ଣ୍ଣ ସହଯୋଗ କରି ଓଡ଼ିଶାର କୋଣ ଅନୁକୋଣରୁ ଆସିଥିବା ସ୍ୱେଚ୍ଛାସେବୀ ସଂଗଠନମାନଙ୍କୁ ମାନପତ୍ର ସହ ସମ୍ମାନିତ କରିଥିଲେ । ଏଭଳି କାର୍ଯ୍ୟକ୍ରମ ପାଇଁ ଅତିଥିମାନେ ବହୁ ପ୍ରଶଂସା କରିବା ସହ ମା ମଙ୍ଗଳା ସଂଗଠନକୁ ଧନ୍ୟବାଦ ଜଣାଇଥିଲେ ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା