ସଡ଼କ ସୁରକ୍ଷା ସଚେତନତା ରଥ ଉଦଘାଟିତ…

ଜଗତସିଂହପୁର, ୪/୧୨ (ରୀତା ସାହୁ) : ଜଗତସିଂହପୁର ଜିଲ୍ଲା ଆଂଚଳିକ ପରିବହନ କାର୍ଯ୍ୟାଳୟ ପରିସରରେ ଦୁର୍ଘଟଣା ଜନିତ ଜିରୋ କାଜୁଆଲଟି ସପ୍ତାହ ପାଳନ ଅବସରରେ ଏକ ସଚେତନତା ରଥ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଲଗ୍ନଜିତି ରାଉତ, ଜିଲ୍ଲା ଆଂଚଳିକ ପରିବହନ ଅଧିକାରୀ ନିର୍ମଳ ଚନ୍ଦ୍ର ମହାନ୍ତି, ଜଗତସିଂହପୁର ଏସ୍ଡିପିଓ ରଶ୍ମିରଞ୍ଜନ ସାହୁ, ଜଗତସିଂହପୁର ଥାନା ଅଧିକାରୀ ଗୋକୁଳ ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ରହି ସଡକ ସୁରକ୍ଷା ସଚେତନତା ରଥର ଶୁଭାରମ୍ଭ କରିଥିଲେ । ଏହି ରଥ ଜିଲ୍ଲାର ବିଭିନ୍ନ ବ୍ଳକ ବୁଲି ଲୋକମାନଙ୍କୁ ଦୁର୍ଘଟଣା ଜନିତ ଘଟଣା ହ୍ରାସ ନିମନ୍ତେ ବିଭିନ୍ନ ସଚେତନତା ବାର୍ତା ପ୍ରଦାନ କରିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।