ହାତ ନଥିବା ସମସ୍ତ ଅସହାୟ ବ୍ୟକ୍ତିଙ୍କୁ କୃତିମ ହାତ ଯୋଗାଇବ ସ୍ୱପ୍ନାପତି ଫାଉଣ୍ଡେସନ…

ଭୁବନେଶ୍ୱର, ୪/୧୨ (ଅଭିଜିତ୍ ସିଂ) : ଦୁର୍ଘଟଣାରେ ହାତ ନଥିବା ସମସ୍ତ ଅସହାୟ ବ୍ୟକ୍ତିଙ୍କୁ କୃତିମ ହାତ ଯୋଗାଇଦେବା ନିମନ୍ତେ ସ୍ୱପ୍ନାପତି ଫାଉଣ୍ଡେସନ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅୟୋଜିତ ହୋଇଯାଇଛି । ରାଜ୍ୟରେ ଦିନକୁ ଦିନ ଦୁର୍ଘଟଣାରେ ଆହତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବାରୁ ଫାଉଣ୍ଡେସନ ତରଫରୁ ଏପରି ଏକ ଅନନ୍ୟ କାର୍ଯ୍ୟ କରାଯାଉଛି । ଉକ୍ତ ଉତ୍ସବରେ ମଧ୍ୟ ଭୁବନେଶ୍ୱରର ବିଧାୟକ ଅନନ୍ତ ନାରାୟଣ ଜେନା, ରାଜ୍ୟସଭା ସାଂସଦ ସୁଲତା ଦେଓ ଓ ନାଗାଲାଣ୍ଡର ଡାକ୍ତର ଶ୍ରୀ ନରେନ୍ଦ୍ର ଜୈନ ଯୋଗ ଦେଇଥିଲେ । ଏହି ଅବସରରେ ବଲିଉଡର ଚର୍ଚ୍ଚିତ ପ୍ରଯୋଜକ ତଥା ଓଡ଼ିଆ ପୁଅ ରାଜେଶ କୁମାର ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆଗାମୀ ଦିନରେ କିପରି ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବା ସହ ଆହୁରୀ ଆଗକୁ ନେଇ ହେବା ସେ ନେଇ ସବିଶେଷ ଆଲୋଚନା କରାଯାଇଥିଲା ।