ଓଡିଶା

ବିଜ୍ଞାନ ମେଳାରେ ୧୦୮ ପ୍ରୋଜେକ୍ଟ ପ୍ରଦର୍ଶିତ; ମୋଟ ୭ଜଣ ଜିଲ୍ଲାସ୍ତରକୁ ଉତୀର୍ଣ୍ଣ…

ଘସିପୁରା, ୨/୧୨ (ସ୍ମୃତି ରଞ୍ଜନ ବିହାରୀ) : ଆନନ୍ଦପୁର ବ୍ଲକ ବେଲବାହାଳି ସରକାରୀ କୁଣ୍ଡୁଳାଇ ହାଇସ୍କୁଲ ପରିସରରେ ଆୟୋଜକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରଥ କୁମାର ଚିନାରାଙ୍କ ସଂଯୋଜନାରେ ଆନନ୍ଦପୁର ବ୍ଲକ ସ୍ତରୀୟ ବୈଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୋଟ୍ ଆଖପାଖ ଅଂଚଳର ୧୦୮ ପ୍ରୋଜେକ୍ଟ ଜୁନିୟର ଏବଂ ସିନିୟର ଛାତ୍ରଛାତ୍ରୀମାନେ ପ୍ରଦର୍ଶନୀ କରିଛନ୍ତି । ଏହି ପ୍ରଦର୍ଶନୀରେ ବ୍ଲକର ପ୍ରାଥମିକ ଓ ମାଧ୍ୟମିକ ସ୍ତରର ୧୦୮ଟି ପ୍ରକଳ୍ପ ଅଂଶ ଗ୍ରହଣ କରିଥିଲେ ଓ ସେଥିମଧ୍ୟରୁ ୭ଟି ପ୍ରକଳ୍ପ ଜିଲ୍ଲା ସ୍ତରକୁ ମନୋନୀତ ହୋଇଥିଲେ ଓ ଏଥିରେ ମୁଖ୍ୟତଃ ସମାଜପାଇଁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ସ୍ୱାସ୍ଥ୍ୟ ବିଭାଗରେ ଉନ୍ନୀତ କରଣ, ଚିନ୍ତନ ପରିପକଳ୍ପ, କୃଷି ଉପକରଣ, ଗମନାଗମନ ଓ ପରିବହନ ବିଭାଗର ଉନ୍ନୀତ ନିମନ୍ତେ ପକଳ୍ପ ପ୍ରଦର୍ଶନୀ ରଖା ଯାଇଥିବା ଦେଖିବାକୁ ମିଳିଥିଲା । ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ ଜଗବନ୍ଧୁ ସାହୁ ଏବଂ ବିଚାରକ ଭାବେ ବ୍ଲକ ଶିକ୍ଷା ଅଧିକାରୀ ଅଜିତ୍ କୁମାର ବାରିକ୍ ଏବଂ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ହେମେନ୍ଦ୍ର ନାଥ ମହାନ୍ତି, ଅତୁଳ କୁମାର ବଳ ,ଅହଲ୍ୟା ଜେନା ଓ କାଯ୍ୟକାରୀ ଜିଲ୍ଲା ସଭାପତି ଓଷ୍ଟା, ସ୍ଥାନୀୟ ସରପଂଚ ଦୀପ୍ତି ସାହୁ, ବିଦ୍ୟାଳୟ ସଭାପତି ଲକ୍ଷ୍ମୀଧର ସାହୁ, ବିଦ୍ୟାଳୟ କର୍ମଚାରୀ ଗୋପବନ୍ଧୁ ସାହୁ ଯୋଗ ଦେଇଥିଲେ । ମଂଚ ପରିଚାଳନା ଟୋଲଙ୍କପଡା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ରଞ୍ଜନ କୁମାର ଜେନା ବହୁ ସୁନ୍ଦର ଭାବରେ କରିଥିବା ବେଳେ ଛାତ୍ରଛାତ୍ରୀଙ୍କୁ ମଂଚ ଉପରେ ପ୍ରଶ୍ନ ପଚାରି ପୁରସ୍କାର ପ୍ରଦାନ କରିଥିଲେ ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା