ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଚତୁର୍ଥ ଦିନରେ ଯୋଗ ଦେଲେ ପାରଳାଖେମୁଣ୍ଡି ବିଧାୟକ …

ଗଜପତି, ୨/୧୨ (ବିବେକାନନ୍ଦ ବେହେରା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ଗଜପତି ଷ୍ଟାଡିୟମରେ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ୨୦୨୩ର ଚତୁର୍ଥ ଦିନରେ ଯୋଗ ଦେଲେ ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ । ଏହି ଅବସରରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବଳରାମ ସୁବୁଦ୍ଧି, କୃଷି ଅଧିକାରୀ ଇରେନିୟସ ପ୍ରଧାନ, ଜଳଛାୟା ପ୍ରକଳ୍ପ ନିଦେ୍ର୍ଦଶକ ସୁରେଶ ପଟ୍ଟନାୟକ, ପ୍ରଫେସର ଫାର୍ମର ମେକାନୀଯଂମ O.U.T ଭୁବନେଶ୍ୱରର ଡକ୍ଟର ଏସ କେ ନନ୍ଦ, ଏ ରାମ ପ୍ରସାଦ ଆର ଉଦୟଗିରି କୃଷି ଅଧିକାରୀ ପ୍ରମୁଖ ମଂଚାସିନ ଥିଲେ । ଆୟୋଜିତ କୃଷି ମେଳାରେ କାଶୀନଗର ବ୍ଲକର ୪୦୦ର ଉର୍ଦ୍ଧ୍ୱ ଚାଷୀ ଉପସ୍ଥିତ ଥିଲେ । ଏହି ମେଳାରେ ଜିଲ୍ଲାର ଚାଷୀ ଓ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ବିଭିନ୍ନ ଯନ୍ତ୍ରପାତି ରିହାତି ମୂଲ୍ୟରେ ଯୋଗାଇ ଦେବାର ବ୍ୟବସ୍ଥା ରହିଛି । ଏହି ଯନ୍ତ୍ରପାତି ମେଳାର ମୁଖ୍ୟ ଉଦେ୍ଦଶ୍ୟ ହେଲା ଜିଲ୍ଲାର ଚାଷୀଙ୍କ ଉତ୍ପାଦକ କ୍ଷେତ୍ରରେ କମ୍ ସମୟରେ କେମିତି ଅଧିକ ଫସଲ ଉତ୍ପାଦନ କରିପାରିବେ ଓ ରାଜ୍ୟ ସରକାର ଚାଷୀଙ୍କ ଉନ୍ନତିର ବିକାଶ ନିମନ୍ତେ କରିଥିବା ଯୋଜନାଗୁଡିକ ସଫଳ ରୂପାୟନ ହୋଇପାରିବ । ଚାଷୀ ସେହି ଯୋଜନା ଗୁଡିକ ପାଇ ନିଜର ଅର୍ଥନୈତିକ ଅଭିବୃଦ୍ଧି କରିପାରିବେ । ତତ ସଙ୍ଗେ ସଙ୍ଗେ ଯନ୍ତ୍ରପାତି ଗୁଡିକ ରିହାତି ଓ ବିକ୍ରୟ ବ୍ୟବସ୍ଥା, ବ୍ୟାଙ୍କ ସହାୟତା କେନ୍ଦ୍ର ମାଧ୍ୟମରେ କୃଷି ଯନ୍ତ୍ରପାତି ପାଇଁ ଋଣର ବ୍ୟବସ୍ଥା, କୃଷି ଓ ଅଣ ସଂଗଠିତ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଯୋଜନା ଗୁଡିକର ପ୍ରଚାର ପ୍ରସାର ଏବଂ ନିର୍ଦ୍ଧାରିତ ସରକାରୀ ରିହାତିରେ କୃଷି ଯନ୍ତ୍ରପାତି କ୍ରୟ ନିମନ୍ତେ ଅଗ୍ରୀମ ଉତ୍ପାଦନ ବୃଦ୍ଧିର ବ୍ୟବସ୍ଥା ରହିଛି । ଏହି ସମସ୍ତ କାର୍ଯ୍ୟକ୍ରମକୁ ବ୍ଳକର କୃଷି ଅଧିକାରୀମାନେ ପରିଚାଳନା କରିଥିବା ବେଳେ ଶୁଭଶ୍ରୀ ପ୍ରିୟଦର୍ଶିନୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।