ଆରଟିଆଇରେ ତଥ୍ୟ ମାଗିଲେ, ଟଙ୍କା ପୈଠ ପାଇଁ ଆସୁଛି ଚିଠି…

କନ୍ଧମାଳ, ୨/୧୨ : କନ୍ଧମାଳ ଜିଲ୍ଲା ଫୁଲବାଣୀ ମୁଖ୍ୟ କାର୍ଯ୍ୟାଳୟରେ ଥିବା ଫୁଲବାଣୀ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ), ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଓଡ଼ିଶାର ମଧୁଚନ୍ଦ୍ରିକା ଦେଖିବାକୁ ମିଳିଛି । କନ୍ଧମାଳ ଜିଲ୍ଲା ଫୁଲବାଣୀରେ ଥିବା ଆଇଟିଡିଏଙ୍କୁ ଗତ ତା ୮ ନଭେମ୍ବର ୨୦୨୩ ଆକ୍ଟ ୨୦୦୫ ଅନୁଯାଇ ଆବେଦନ କରାଯାଇଥିଲା । କିନ୍ତୁ ଫୁଲବାଣୀ ଆରଟିଆଇ ବିଭାଗରୁ ନିଜେ ଦୋଷକୁ ଲୁଚେଇବା ପାଇଁ ତଥ୍ୟ ନ ଦେବା ଆଳରେ କପି ଜେରକ୍ସ ବାବଦକୁ ମୋଟ୍ ତିନି ହଜାର ଏକ ଶହ ଟଙ୍କା ଦେବାପାଇଁ ଚିଠି ନମ୍ବର୍ ୨୬୦୫ ରେ ତା ୧୯ ନଭେମ୍ବର ୨୦୨୩ ରିଖରେ ପଠେଇଛନ୍ତି । ଯାହାକୁ ସାମ୍ବାଦିକ କୁନା ଦିଗାଲ ପୋଷ୍ଟ ଯୋଗେ ଡିସେମ୍ବର ୧ ତାରିଖରେ ପାଇଛନ୍ତି । କନ୍ଧମାଳ ଜିଲ୍ଲାରେ ଅନେକ ସ୍କୁଲ ଅଛି, ମାତ୍ର ଅଧିକାଂଶ ସ୍କୁଲରେ ପାଣିର ସୁବିଧା ନାହିଁ । କେଉଁଠି ଶୌଚାଳୟ ଗୃହ ନାହିଁ ତ ଆଉ କେଉଁଠି ପାଚେରୀ ନାହିଁ । ଶ୍ରେଣୀ ଗୃହ ଅଭାବ, ଖାଦ୍ୟ ପାଇଁ ହଲର ଅଭାବ, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ରହିବା ଘର ନ ଥିବା ଭଳି ଅନେକ ସମସ୍ୟା ରହିଛି । କେବଳ କାଗଜ କଲମରେ ସବୁ ଉଦ୍ଧିଷ୍ଟ ଥିବାବେଳେ ପ୍ରକୃତ ପକ୍ଷେ ଏହାର ଅଭାବ ରହିଛି । ଏ ନେଇ AICWCର ରାଜ୍ୟ ଉପସଭାପତି ତଥା ମାନବଧିକାର ମିଶନର ମିଡ଼ିଆ ସମ୍ପାଦକ ସାମ୍ବାଦିକ କୁନା ଦିଗାଲ ଫୁଲବାଣୀ ଆଇଟିଡିଏଙ୍କୁ ଏକ ସୂଚନା ମାଗିବାରୁ ଆଇଟିଡିଏ ବିଭାଗ ତରଫରୁ ଉକ୍ତ ବିଷୟରେ ତଥ୍ୟ ନ ଦେବା ଆଳରେ ଓଲଟି ପଇସା ମାଗୁଥିବା କେତେଦୂର ଯୁକ୍ତିଯୁକ୍ତ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କନ୍ଧମାଳ ଜିଲ୍ଲାରେ ଏଭଳି କିଛି ଦୁର୍ନୀତିଖୋର କର୍ମଚାରୀଙ୍କ ରହିବା ଦ୍ୱାରା କନ୍ଧମାଳ ଜିଲ୍ଲାର ଉର୍ନତି ସମ୍ଭବ ହୋଇପାରୁନଥିବା ଅଭିଯୋଗ ଆଣିଛନ୍ତି ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦର ରାଜ୍ୟ ଉପସଭାପତି କୁନା ଦିଗାଲ ।