ଲର୍କା ଧାନମଣ୍ଡି ଶୁଭ ଉଦଘାଟନ…

ନୂଆପଡା, ୨୯/୧୧ (କୀର୍ତି ଚନ୍ଦ୍ର ନାଗ) : ନୂଆପଡା ଜିଲ୍ଲା ବୋଡେନ ବ୍ଲକ କରଙ୍ଗାମାଲ ସମବାୟ ସମିତି ପକ୍ଷରୁ ମାଁ ଦ୍ବାର ଶନି ସ୍ବଂୟ ସହାୟକ ଗୋଷ୍ଠୀ କାମପୁରଠାରେ ଲର୍କା ଧାନମଣ୍ଡି ଶୁଭ ଉଦଘାଟନ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଲର୍କା ଗ୍ରାମପଂଚାୟତ ସରପଂଚ ଜୟଶ୍ରୀ ପଟେଲ ଏହାର ଶୁଭ ଉଦଘାଟନ କରିଥିଲେ । ମାଁ ଦ୍ବାର ଶନି ସ୍ବଂୟ ସହାୟକ ଗୋଷ୍ଠୀ ସଭାନେତ୍ରୀ ତେଜମତୀ ପଟେଲ ମଂଚ ପରିଚାଳନା କରିଥିଲେ । ଏହି ଉଦଘାଟନ ଉତ୍ସବରେ ସଂଘର ସମ୍ପାଦକ ରାଜମନି ପଟେଲ, କାମପୁର ୱାର୍ଡ ମେମ୍ବର ତରୁଣ ମାଝୀ, ସମିତି ସଭ୍ୟ ଅମିତ ସିଂ ଦେଓ, ଗୋବିନ୍ଦ ସିଂ, ଗୋପାଳ ପଟେଲ, ଚାଷୀ ଭଗବାନ ମାଝୀ, ଦେବାଶିଷ ରାଉତ, ଟଙ୍କଧର ଭୋର, କୀର୍ତି ଚନ୍ଦ୍ର ନାଗ ତଥା ସମସ୍ତ ସ୍ବଂୟ ସହାୟକ ଗୋଷ୍ଠୀର ସଦସ୍ୟା, ଆର୍.ଏମ୍.ସି. କର୍ମକର୍ତା ଅକ୍ଷ ନିଆଲ, ଡିଇଓ ଦେବକୀ ମାଝୀ ପ୍ରମୁଖ ଉପସ୍ଥିତ ଥିବାବେଳେ ସୁଷମା ବାଗ ବିଶେଷ ସହଯୋଗ କରିଥିଲେ ।