ମହାବୀରଙ୍କ ବାର୍ଷିକ ଉତ୍ସବ ଓ ଏକ ଦିନାତ୍ମକ ବିଶ୍ୱ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ…

ଜଗତସିଂହପୁର, ୨୯/୧୧ (ରୀତା ସାହୁ) : ଜଗତସିଂହପୁର ଜିଲ୍ଲା ବିରିଡି ବ୍ଳକ ଅନ୍ତର୍ଗତ ନୂଆପାରୀ ମଦନ ମୋହନ ମଠରେ ମହାବୀରଙ୍କ ବାର୍ଷିକ ଉତ୍ସବ ଓ ଏକ ଦିନାତ୍ମକ ବିଶ୍ୱ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଜଗତଗୁରୁ ରାମା ନନ୍ଦାଚାର୍ଯ୍ୟ ସ୍ୱାମୀ ଅରୁପା ନନ୍ଦ ଏହି ବିଶ୍ୱ ଶାନ୍ତି ମହାଯଜ୍ଞରେ ଆହୁତି ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସକାଳୁ କଳସ ପୂଜା, ସୂର୍ଯ୍ୟ ପୂଜା ଓ ଗୁରୁପୂଜା କରାଯିବା ପରେ ମହାବୀରଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା । ପରେ ବିଶ୍ୱର କଲ୍ୟାଣ ନିମନ୍ତେ ଏହି ବିଶ୍ୱଶାନ୍ତି ଆୟୋଜନ କରାଯାଇ ଥିବାର ସ୍ୱାମୀ ଅରୁପା ନନ୍ଦ କହିଛନ୍ତି ।