ପାରାଦ୍ୱୀପ ବିଜୁମୈଦାନରେ ଉଦଘାଟିତ ହେଲା କଳିଙ୍ଗ ବାଲିଯାତ୍ରା…

ଜଗତସିଂହପୁର, ୨୯/୧୧ (ରୀତା ସାହୁ) : ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ସ୍ଥିତ ବିଜୁ ମୈଦାନରେ ଉଦଘାଟିତ ହୋଇଯାଇଛି କଳିଙ୍ଗ ବାଲିଯାତ୍ରା । ଏହି ଅବସରରେ ମନ୍ତ୍ରୀ ପ୍ରତାପ କେଶରୀ ଦେବ ବାଲିଯାତ୍ରାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ୮ ଦିନ ବ୍ୟାପି ଚାଲିବାକୁ ଥିବା କଳିଙ୍ଗ ବାଲିଯାତ୍ରା ଆସନ୍ତା ୩ ତାରିଖ ପଯ୍ୟନ୍ତ ଚାଲିବ । ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟୱାରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ସରକାରୀ ଦଳର ମୁଖ୍ୟ ସଚେତକ ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ସାଂସଦ ଡା ରାଜଶ୍ରୀ ମଲ୍ଲୀକ, ପାରାଦ୍ୱୀପ ବିଧାୟକ ସମ୍ବିଦ ରାଉତରାୟ, ପାରାଦ୍ୱୀପ ପୌରାଧକ୍ଷ ବସନ୍ତ କୁମାର ବିଶ୍ୱାଳଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇ କଳିଙ୍ଗ ବାଲିଯାତ୍ରାକୁ ଉଦଘାଟନ କରିବା ସହିତ ଷ୍ଟଲ ବୁଲି ଦେଖିଥିଲେ ।

ପରେ ସାଂସ୍କୃତିକ ସଭାରେ ଓଡ଼ିଆ ଜାତିର ଐତିହ୍ୟ ନୌବାଣିଜ୍ୟ, କଳା ଓ ବୀରତ୍ୱର ଗାଥା ଗାରିମାକୁ ପ୍ରତିପାଦନ କରିବା ସହ କଳିଙ୍ଗା ସାହସୀକା ସାଧବ ପୁଅ ମାନଙ୍କର ସ୍ମୃତି ଚାରଣ କରିଥିଲେ । ଚଳିତ ବର୍ଷ ୮୦୦ ରୁ ଉର୍ଦ୍ଧ୍ୱ ଷ୍ଟଲ ଲାଗିଥିବା ବେଳେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।