ଡିସେମ୍ବର ୩ ରେ ଅନୁଷ୍ଠିତ ହେବ ସମ୍ଭାବନା କ୍ରିକେଟ କପ୍

ଜଟଣୀ, ୨୯/୧୧ (ପ୍ରଶାନ୍ତ କୁମାର ସାହୁ) : ଜଟଣୀ ସହରର ଅନ୍ୟତମ ସମାଜିକ ଅନୁଷ୍ଠାନ ସମ୍ଭାବନା ପରିବାର ପକ୍ଷରୁ ଡିସେମ୍ବର ୩ ତାରିଖରେ ଅନୁଷ୍ଠିତ ହେବ ସମ୍ଭାବନା କପ୍ କ୍ରିକେଟ ଟୁର୍ଣ୍ଣାମେଂଟ । ସମ୍ଭାବନା ପରିବାର ପକ୍ଷରୁ ଏହାର ଦ୍ୱିତୀୟ ବାର୍ଷିକୀ ଉପଲକ୍ଷେ ଏକଦିବସୀୟ ଟେନିସ୍ ବଲ୍ ଟୁର୍ଣ୍ଣାମେଂଟ୍ ସ୍ଥାନୀୟ ବାଳକ ଉଚ୍ଚ ବିଦ୍ୟାଳୟ ପଛ ପାଖରେ ଥିବା ଖେଳ ପଡ଼ିଆରେ ଅନୁଷ୍ଠିତ ହେବ । ୧୫ ଓଭର ବିଶିଷ୍ଟ ମ୍ୟାଚ ଗୁଡିକ ନକ୍ଆଉଟ୍ ଆଧାରରେ ଅନୁଷ୍ଠିତ ହେବ । ଏହି ଅବସରରେ ଆୟୋଜକ ଭାବେ ସମ୍ଭାବନା ପରିବାର, ଜଟଣୀ ମ୍ୟୁନିସିପାଲଟି, ଜଟଣୀ ବାର୍ ଆସୋସିଏସନ୍ ଏବଂ ଜଟଣୀ ମିଡିଆ ଆଇକନ ଏକାଦଶ ଅଂଶଗ୍ରହଣ କରିବେ ବୋଲି ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଲୁସେନ ରାୟ ସୂଚନା ଦେଇଛନ୍ତି । ସେହିପରି ବିଜେତା ଏବଂ ରନର୍ସଅପ୍ ଦଳଙ୍କୁ ଟ୍ରଫି ପ୍ରଦାନ କରାଯିବ ବୋଲି ଅନୁଷ୍ଠାନର ସଭାପତି ସନ୍ତୋଷ କୁମାର ହୋତା ପ୍ରକାଶ କରିଛନ୍ତି । ଏ ନେଇ ଏକ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମ୍ପାଦକ ଦେବପ୍ରସାଦ ଦାଶ, ସଂଗଠନ ସମ୍ପାଦକ ଦିଲୀପ ସିଂ, ଅତିରିକ୍ତ ସଂଗଠନ ସମ୍ପାଦକ ଶରତ କୁମାର ରେଡୀ, ସହସମ୍ପାଦକ ଅମିନ ରାଉତ, ଉପସଭାପତି ସଞ୍ଜୟ ବରିସଲ, ସୁକାନ୍ତ ଆଚାର୍ଯ୍ୟ, କୋଷାଧକ୍ଷ ରମାକାନ୍ତ ମହାରଣା ଓ ନିରୂପମା ସ୍ୱାଇଁ, ପରେଶ ପଟ୍ଟନାୟକ, ମିଡିଆ ସଂଯୋଜକ ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ସବୁବେଳେ ସାମାଜିକ କାର୍ଯ୍ୟକ୍ରମରେ ନିୟୋଜିତ ସମ୍ଭାବନା ପରିବାର ଖେଳକୁଦକୁ ଅଧିକା ପ୍ରୋତ୍ସାହିତ କରିବା ଉଦେ୍ଦଶ୍ୟରେ ଚଳିତ ବର୍ଷ ଏଭଳି କାର୍ଯ୍ୟକ୍ରମ ଆୟୋଜିତ କରୁଥିବାରୁ ବିଭିନ୍ନ ମହଲରୁ ପ୍ରଶଂସାର ପାତ୍ର ହୋଇଛି ।