ଓଡିଶା

ଘୁମୁରା ଗ୍ରାମରେ ଅଖଣ୍ଡ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ…

କୋରାପୁଟ , ୨୭/୧୧ (ସଞ୍ଜୟ କୁମାର ପାଣି) : ଆନ୍ଧ୍ର ସୀମାନ୍ତ ବନ୍ଧୁଗାଁ ବ୍ଲକ ଅଧିନସ୍ଥ ଘୁମୁରା ଗ୍ରାମରେ ଅଖଣ୍ଡ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଘୁମୁରା କୁମ୍ଭାର ସଂପ୍ରଦାୟର ଲୋକେ ଦୀର୍ଘ ବର୍ଷ ଧରି କାର୍ତିକ ମାସର ପୂର୍ଣ୍ଣିମାରେ ଅଷ୍ଟପ୍ରହରୀ ନାମ ଯଜ୍ଞ କରିଥିବା ବେଳେ ଗ୍ରାମର ସମସ୍ତ ବର୍ଗର ଲୋକେ ଏହାକୁ ସହଯୋଗ କରିଥାଆନ୍ତି । ସେହିପରି ବନ୍ଧୁଗାଁ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ନରେନ୍ଦ୍ର କୁମାର ପାଢ଼ୀ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଘୁମୁରା ଗ୍ରାମରେ ପହଁଚି ପୁରୋହିତ କାର୍ଯ୍ୟ ତୁଲାଇଥିବା ବେଳେ ତାଙ୍କୁ ସହଯୋଗ କରିଥିଲେ ନିଲାବାଡ଼ି ଗ୍ରାମର ଦିଲିପ କୁମାର ପଣ୍ଡା । ଘୁମୁରା ଅଷ୍ଟପ୍ରହରୀ କମିଟି ନିମନ୍ତ୍ରଣରେ ଯୋଗ ଦେଇ ଥିବା ବିଭିନ୍ନ ସଙ୍କୀର୍ତନ ମଣ୍ଡଳୀ ଗୁଡ଼ିକ ଶ୍ରୀକୃଷ୍ଣଙ୍କ ଫଟୋ ଚତୁଃପାଶ୍ୱର୍ରେ ମୃଦଙ୍ଗର ତାଳେ ତାଳେ ନାଚି ନାମ ଯଜ୍ଞ କରିଥିଲେ । ଅଷ୍ଟପ୍ରହରୀ ନାମ ଯଜ୍ଞରେ ଘୁମୁରା ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପଦ୍ମନାଭ ପଟ୍ଟନାୟକ ଏବଂ ବର୍ତମାନ ପ୍ରଧାନ ଶିକ୍ଷକ ଉଦିତ୍ ନାରାୟଣ ରାଚମଲା ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା