ଦେବସ୍ମିତାଙ୍କ ପାଇଁ ପ୍ରଚାର କଲେ ସାଂସଦ ଅଚ୍ୟୁତ ସାମନ୍ତ

କନ୍ଧମାଳ, ୨୭/୧୧ (ନି.ପ୍ର.) : କନ୍ଧମାଳ ଜିଲ୍ଲା ଜି ଉଦୟଗିରି ମୁନିସିପାଲିଟି ଉପନିର୍ବାଚନ ଅଧ୍ୟକ୍ଷା ପଦ ଦୌଡରେ ସାମିଲ ହୋଇଛନ୍ତି ବିଜେଡିରୁ ପ୍ରାର୍ଥୀନି ଦେବସ୍ମିତା ଶତପଥି । ନିର୍ବାଚନ ପୂର୍ବରୁ ଦେବସ୍ମିତା ଘରକୁ ଘର ବୁଲି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମହିଳା ସଶକ୍ତି କରଣ, ମିଶନ ଶକ୍ତି, କାଳିଆ ଯୋଜନା, ସ୍କୁଟି ଯୋଜନା ଭଳି ବିଭିନ୍ନ ଉନ୍ନତି ମୂଳକ ଯୋଜନା ଉପରେ ପ୍ରଚାର ପ୍ରସାର କରିବାରେ ଲାଗିଛନ୍ତି । ଏହି ଅବସରରେ ସ୍ଥାନୀୟ ବିଜେଡି କର୍ମୀ ଏବଂ ଖଜୁରୀପଡ଼ା ବ୍ଲକ ଅଧ୍ୟକ୍ଷା ଅନିମା କହଁର ତାଙ୍କୁ ସହଯୋଗ କରୁଥିବା ଦେଖିବାକୁ ମିଳିଛି ।
ଅପରପକ୍ଷେ ଦେବସ୍ମିତାଙ୍କ ପାଇଁ ପ୍ରଚାର କରୁଛନ୍ତି ବିଜେଡିର ସାଂସଦ ଅଚୁତ ସାମନ୍ତ । ପ୍ରଚାର କାର୍ଯ୍ୟକ୍ରମରେ ବିଜୟ ନାୟକ ରାଜ୍ୟ ସାର ଓ ବିହନ ନିଗମ ଅଧ୍ୟକ୍ଷ, ରାଜୀବ ପାତ୍ର, ପୂର୍ବତନ ବିଧାୟକ, ବାଲିଗୁଡା, ବିଜେଡି ନେତ୍ରୀ ପୁନମ୍ କହଁର, ଅନିମା କହଁର, ବିଜେଡି ମହିଳା ଜିଲ୍ଲା ସଭାପତି ତଥା ଖଜୁରୀପଡ଼ା ବ୍ଲକ୍ ଅଧ୍ୟକ୍ଷା, କ୍ଳେଶ ପ୍ରଧାନ, ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ, ସଂଯୁକ୍ତା ଦାସ , ଗୁପ୍ତା ଜିଲ୍ଲା ମହିଳା ପର୍ଯ୍ୟବେକ୍ଷକ, ବିଷ୍ଣୁ ମଲ୍ଲିକ, ଜିଲ୍ଲା ଯୁବ ସଭାପତି, ସନ୍ତୋଷ କୁମାର ବାଘ, ଭାରପ୍ରାପ୍ତ ଅଧ୍ୟକ୍ଷ ଜି. ଉଦୟଗିରି, ସୁଶ୍ରୀ ଦେବସ୍ମିତା ଶତପଥୀ ବିଜେଡି ଅଧ୍ୟକ୍ଷା ପ୍ରାର୍ଥୀନି, ଗୋପାଳ ମହାପାତ୍ର, ନଗର ସଭାପତି, ପଂଚାନନ ପ୍ରଧାନ, ନଗର ଉପସଭାପତି ଏବଂ ୧୪ ଟି ୱାର୍ଡର କାଉନସିଲର ପ୍ରମୁଖ ଉପସ୍ଥିତ ଥିଲେ ।