ଚବିଶି ପ୍ରହର ନାମଯଜ୍ଞରେ ଯୋଗ ଦେଲେ ହର ଦମ୍ପତି

ଗଞ୍ଜାମ, ୨୬/୧୧ (ବାପୁନି କୁମାର ମାଲୁ) : ବେଗୁନିଆପଡା ବ୍ଲକ ଅନ୍ତର୍ଗତ କେ ବରିଡା ହାଇସ୍କୁଲ ସାହି ନିକଟରେ ଚାଲିଥିବା ଚବିଶି ପ୍ରହର ନାମଯଜ୍ଞରେ ଯୋଗ ଦେଲେ ହର ଦମ୍ପତି । କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେଡି ନେତା ତଥା କୋଦଳା ଏନ୍ଏସିର ପୂର୍ବତନ ନଗରପାଳ ହରପ୍ରସାଦ ସାହୁ, ତାଙ୍କର ପତ୍ନୀ ତଥା ପୂର୍ବତନ ନଗରପାଳିକା ସୁନିତା ପ୍ରଭା ସାହୁ, ଏବଂ କନ୍ୟା ତଥା ୟୁଥ ଫୋରମ ଅଧକ୍ଷା ରଂଜିତା ସାହୁ ଏହି ଅବସରରେ ଯୋଗ ଦେଇ ଠାକୁରଙ୍କ ଆର୍ଶୀବାଦ ଭିକ୍ଷା କରିଛନ୍ତି । ନାମଯଜ୍ଞ କମିଟି ପକ୍ଷରୁ ହର ଦମ୍ପତିଙ୍କୁ ବାଜା ରୋଷଣୀ ସହ ସମ୍ବର୍ଦ୍ଧନା କରି ପାଛୋଟି ନେଇ ଶୁଭେଚ୍ଛା କରାଯାଇଥିଲା । ଗ୍ରାମାଂଚଳରେ ଏଭଳି ଠାକୁରଙ୍କ କାର୍ଯ୍ୟ କରିବା ଏକ ସ୍ୱାଗତଯୋଗ୍ୟ କାର୍ଯ୍ୟ ବୋଲି ହର ଦମ୍ପତି କହିଥିଲେ ।