ଜଟଣୀରେ ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଛି ବିଜେପି

ଜଟଣୀ, ୨୬/୧୧ (ପ୍ରଶାନ୍ତ କୁମାର ସାହୁ) : ରାଜ୍ୟ ସରକାରଙ୍କ ୨୩ ବର୍ଷର ଦୁର୍ନୀତିକୁ ନେଇ ରାଜ୍ୟବ୍ୟାପୀ ଜନଆକ୍ରୋଶ ଆନେ୍ଦାଳନ ଜାରି ରଖିଛି ବିଜେପି । ବ୍ଲକରେ ଆବାସ ଯୋଜନାରେ ଦୁର୍ନୀତି ,ରାସନ କାର୍ଡ ଦୁର୍ନୀତି, ରାସ୍ତାଘାଟର ସମସ୍ୟା, ପାନୀୟ ଜଳ ସମସ୍ୟା ସହିତ ବିଭିନ୍ନ ବିଭାଗରେ ବ୍ୟାପକ ଦୁର୍ନୀତି ହୋଇଛି । ଓଡିଶାରେ ଚାଲିଥିବା ଦୁର୍ନୀତିଖୋର, ଭ୍ରଷ୍ଟାଚାର ଓ କେଳେଙ୍କାରୀ ସରକାରଙ୍କୁ ପରିବର୍ତନ କରିବା ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ଜଟଣୀ ବ୍ଲକ ଘେରାଉ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜଟଣୀର ବିଜେପି ବିଧାୟକ ପ୍ରାର୍ଥୀ ଲୁଲୁ ବଡଜେନାଙ୍କ ସମେତ ଶତାଧିକ ବିଜେପି କର୍ମୀ ଯୋଗ ଦେଇଥିଲେ । ସାଧାରଣ ଲୋକମାନଙ୍କୁ ନ୍ୟାୟ ଦେବାରେ ବିଜେଡି ସରକାର ବିଫଳ ହୋଇଛି । ତେଣୁ ଏହାକୁ ବିଜେପି ବରଦାସ୍ତ କରିବ ନାହିଁ । ଏବଂ ଆଗାମୀ ୨୦୨୪ ନିର୍ବାଚନରେ ଲୋକେ ଏହାର ଉଚିତ ଜବାବ ଦେବେ ବୋଲି କହିଛନ୍ତି ବିଜେପି ନେତା ।