ଓଡିଶା ମନୋରଞ୍ଜନ

ଧର୍ମପଦର ସତ କାହାଣୀକୁ ନେଇ ନିର୍ମାଣ ହେବାକୁ ଯାଉଛି ଓଡ଼ିଆ ଚଳଚ୍ଚିତ୍ର…

ଭୁବନେଶ୍ୱର, ୨୩/୧୧ (ଅଭିଜିତ୍ ସିଂ) : ‘୧୨୦୦ କାରିଗରରେ ଦାୟ ନା ଧର୍ମପଦରେ ଦାୟ’, ଏ ଉକ୍ତିଟି ଶୁଣିଲେ ଧର୍ମପଦ କଥା ମନେ ପଡ଼ିଯାଏ । ଇତିହାସରେ ପ୍ରଥମ ସହୀଦର ମାନ୍ୟତା ପାଇଥିବା ଧର୍ମପଦ – କେବଳ ଜଣେ ୧୨ ବର୍ଷର ପିଲାର ନାଁ ନୁହେଁ, ଏକ ଇତିହାସ । ଓଡ଼ିଆ ଜାତି, କଳା ଓ ସଂସ୍କୃତିର ଏକ ଜୀବନ୍ତ ଇତିହାସ ଯାହା ଆଜି କୋଣାର୍କ ମନ୍ଦିର ରୂପେ ଠିଆ ହୋଇଛି । ୧୨୦୦ କାରିଗରଙ୍କ ଜୀବନ ବାଂଇବାକୁ ନିଜର ପ୍ରାଣବଳୀ ଦେଇ ଇତିହାସରେ ଅମର ହେଇ ରହିଲେ ଧର୍ମପଦ । ସେହି ଇତିହାସକୁ ଆଜି ରୂପେଲି ପରଦାରେ ପୁଣି ଜୀବନ୍ୟାସ ଦେବାକୁ ଯାଉଛି ଜାସୋଦୀପ ପ୍ରଡକସନ୍ସ ଏକ ନିଆରା ଫିଲ୍ମ “ଧର୍ମପଦ”, ଯାହାର ଟାଇଟଲ ରାଜଧାନୀର ଏକ ଘରୋଇ ହୋଟେଲରେ ଘୋଷଣା ହୋଇଛି ।
ତେବେ ଇତିହାସ ନୁହେଁ କିଛି ନିଛକ ସତ ଯାହା ଚୀନ ପରିବ୍ରାଜକଙ୍କ ହାତ ଲେଖାରୁ ଉଦ୍ଧୃତ, ସେହି କାହାଣୀ ଯାହା ଆଗରୁ କେହି କେବେ କହିନାହିଁ ବା କେହି ଶୁଣି ନାହିଁ, ସେହି ପରି କାହାଣୀକୁ ନେଇ ନିର୍ମିତ ହେଉଛି ‘ଧର୍ମପଦ’ ବୋଲି କହିଛନ୍ତି ଫିଲ୍ମର ପ୍ରଯୋଜକ ଦୀପକ ନାୟକ । ଫିଲ୍ମର ନିଦେ୍ର୍ଦଶନାରେ ଅଛନ୍ତି ଦକ୍ଷ ନିଦେ୍ର୍ଦଶକ ଅଜୟ ପାଢୀ । ଫିଲ୍ମର ଟାଇଟିଲ ଘୋଷଣା ହୋଇଯାଇଥିବା ସହିତ ମୁଖ୍ୟ କଳାକାର ଚୟନ ମଧ୍ୟ ଚାଲିଛି ।
ଖୁବ ଶୀଘ୍ର ଫିଲ୍ମର ଶୁଟିଂ ଆରମ୍ଭ ହେବ ଓ ଏହି ଫିଲ୍ମରେ ଦର୍ଶକ ଏକ ରୋମାଂଚ ଭରା କାହାଣୀ ଦେଖିବାକୁ ପାଇବେ ବୋଲି ମିଡିଆ ପ୍ଲାନର କ୍ରି୍ଏଟିଭ ହେଡ୍ ପ୍ରଣୟ ଜେଠୀ ସୂଚନା ଦେଇଛନ୍ତି ।
ସତ ଘଟଣା ଉପରେ ଆଧାରିତ ଏହି ଧର୍ମପଦ ଫିଲ୍ମର ଟାଇଟିଲ ଘୋଷଣା ଉତ୍ସବରେ ବହୁ ବିଶିଷ୍ଟ ଅତିଥି ଯୋଗ ଦେଇଥିଲେ । ଆନ୍ତର୍ଜାତୀୟ ମାନବିକ ଅଧିକାର ପରିଷଦର ରାଜ୍ୟ ସଭାପତି ଶ୍ରୀଯୁକ୍ତ ମୀନକେତନ ପଟ୍ଟନାୟକ, ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଓ ରାଜ୍ୟ ସରକାରଙ୍କ ପରାମର୍ଶଦାତା ଶ୍ରୀଯୁକ୍ତ ଭୁବନ ମୋହନ ଦାସ, ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଶ୍ରୀଯୁକ୍ତ ଆର. ଏନ୍. ଦାଶ, ମୁରର୍କା ଗ୍ରୁପ୍ ଅଫ୍ ଇଣ୍ଡଷ୍ଟ୍ରିଜ୍ ନିଦେ୍ର୍ଦଶକ ଶ୍ରୀ ସୁନୀଲ ମୁରାକା, ସୁଭାଦ୍ରା ଗ୍ରୁପ୍ ଅଫ୍ ଇଣ୍ଡଷ୍ଟ୍ରିଜ୍ ନିଦେ୍ର୍ଦଶକ ଶ୍ରୀ ସିଦ୍ଧାର୍ଥ ପାତ୍ର, କ୍ରୋମ ସାଗର ପ୍ରା.ଲି. ର ଏମଡି ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ଥାଟୋଇ, ଏମଡି କଳିଙ୍ଗ ହସ୍ପିଟାଲ୍ ନୀଲଞ୍ଜନ ମୁଖାର୍ଜୀ, ଫିଲ୍ମର ନିଦେ୍ର୍ଦଶକ ଅଜୟ ପାଢ଼ୀ, ପ୍ରଯୋଜକ ଦୀପକ ନାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା