ଓଡିଶା

ବନ ବିଭାଗକୁ ବଡ଼ ସଫଳତା ୨୦ କେଜି ସମ୍ବର ମାଂସ ଜବତ, ୨ ଗିରଫ

ନୂଆପଡା, ୨୨/୧୧ (କୀର୍ତି ଚନ୍ଦ୍ର ନାଗ) : ନୂଆପଡା ଜିଲ୍ଲା କୋମନା ବନବିଭାଗକୁ ମିଳିଛି ବଡ଼ ସଫଳତା । ୨୦ କେଜି ସମ୍ବର ମାଂସ ଜବତ ଓ ମାଂସ ଚାଲାଣ ହେଉଥିବା ଗୋଟିଏ ସୁପର୍ ଏକ୍ସସଲ ଗାଡ଼ି ସହ ୨ ଜଣ ଶିକାରୀ ଗିରଫ । ସୂଚନା ଅନୁସାରେ କୋମନା ଥାନା ଧରାଭଟା ଗାଁର ନେତୁ ଦୀପ (୩୦) ସ୍ଥାନୀୟ ଜଙ୍ଗଲରେ ଏକ ସମ୍ବର ମାରୀ ମାଂସକୁ ଘରେ ରଖିଥିବା ଖବର ବିଶେଷ ସୂତ୍ରରୁ କୋମନା ବନ ବିଭାଗକୁ ମିଳିଥିଲା । କୋମନା ବନାଂଚଳ ଅଧିକାରୀ ଦେବଦତ ସୁତାରଙ୍କ ନେତୃତ୍ୱରେ ଏକ ଟିମ୍ ଚଢାଉ ପାଇଁ ନେତୁ ଦୀପର ଘର ଧରାଭଟାକୁ ଯାଉଥିବା ସମୟରେ କୋମନା ଥାନା ଜଗନ୍ନାଥ ପାଲି ଗାଁର କିଶୋର ସଗରିଆ (୫୨) ଏକ ସୁପର ଏକ୍ସସେଲ ଗାଡି (ଓଡ଼ି ୨୬ ଇ ୦୨୮୧) ରେ ପ୍ରାୟ ୫ କେଜି ସମ୍ବର ମାଂସ ନେଉଥିବା ଦେଖି ତାଙ୍କୁ ଅଟକ ରଖି ପଚରାଉଚରା କରିଥିଲା ବନ ବିଭାଗ । ପରେ କୋମନା ବନବିଭାଗ ଟିମ୍ ନେତୁଙ୍କ ଘରକୁ ଯାଇ ପାଖାପାଖି ୧୫ କେଜି ମାଂସ ଜବତ କରିବା ସହ ଅଭିଯୁକ୍ତ ନେତୁ ଦୀପଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

ଚଢାଉ ସମୟରେ ଫରେଷ୍ଟର ଜୟଲାଲ ପ୍ରସାଦ ଶୁକ୍ଳା, ଫରେଷ୍ଟର ଗୋପାଲ ମହାନନ୍ଦ, ଫରେଷ୍ଟ ଗାର୍ଡ ଲକ୍ଷ୍ମୀଧର ଘିବେଲା, ଯାଜ୍ଞସେନି ଖେତି, ଅର୍ଚ୍ଚନା ସାହୁ, ଶୁଭସ୍ମିତା ମହାନ୍ତି, ଆଇପିସିଇଏ ସ୍କ୍ୱାର୍ଡ ଜୟଦେବ ସାହୁ, ଜଗତରାମ ମାଝୀ, ବନ ସୁରକ୍ଷା କର୍ମୀ ଶାଗର ଠେଲା, ରୋସନ୍ ବନଗୋଲା ପ୍ରମୁଖ ଉପସ୍ଥିତ ଥିଲେ ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା