କୋଦଳାରେ ବସ ମଳିକ ସଂଘର ବନ୍ଧୁମିଳନ…

କୋଦଳା, ୨୨/୧୧ (ବାପୁନି କୁମାର ମାଲୁ) : କୋଦଳାସ୍ଥିତ ଦଣ୍ଡିଶ୍ୱର ମନ୍ଦିର ପରିସରରେ ପୁରୁଷୋତମପୁର ମା କନକେଶ୍ୱରୀ ଘରୋଇ ବସ ମଳିକ ସଂଘ ପକ୍ଷରୁ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂଘ ସଭାପତି ସନ୍ତୋଷ କୁମାର ପତିଙ୍କ ଅଧକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆସିକା ବସ ମଳିକ ସଂଘ ସଭାପତି ସୂର୍ଯ୍ୟକାନ୍ତ ପରିଡା, କୋଦଳା ବସ ମାଲିକ ସଂଘ ସଭାପତି ଗୁଣ୍ଡିଚା ପରିଡା, ଆସିକା ମିନି ବସ ମାଲିକ ସଂଘ ସଭାପତି ମୁନା ମହାନ୍ତି, ବୁଗୁଡ଼ା ବସ ମାଲିକ ସଂଘ ସଭାପତି କେ ତ୍ରିଲୋଚନ ଦୋରା, ସମ୍ପାଦକ ଚିତ୍ରସେନ ନାୟକ, ପୋଲସରା ବସ ମାଲିକ ସଂଘ ସମ୍ପାଦକ ମୁନା ପଣ୍ଡା, ପୁରୁଷୋତମପୁର ବସ ମାଲିକ ସମ୍ପାଦକ ସୁଦର୍ଶନ ପ୍ରଧାନ, ହିଞ୍ଜିଳିକାଟୁ ବସ ମାଲିକ ସଂଘ ସଭାପତି ଲାଲା ମହାପାତ୍ରଙ୍କ ସହ ବହୁ ବସ ମାଲିକମାନେ ଉପସ୍ଥିତ ରହି ଆଗାମୀ ଦିନରେ ଭାଇଚାରା ସମ୍ପର୍କକୁ ବଜାୟ ରଖି ବସ ଚଳାଚଳ କରିବାକୁ ନିଷ୍ପତି ନେଇଥିଲେ । ଏହାସହ ପ୍ରଶାସନର ନିୟମ ଉଲ୍ଲେଖନୀୟ ଭାବେ ପାଳନ କରିବା ଏବଂ ବସ ଆଗରେ ଅଟୋ ଅଧିକ ପାସେଞ୍ଜର ଉଠାଇ ନେବା ଉପରେ ପ୍ରଶାସନର ଏଥିପ୍ରତି ଦୃଷ୍ଟି ଦେବାକୁ ନିଷ୍ପତି ହୋଇଛି । କୋଦଳା ରୁଟରେ ଯାତାୟାତ କରୁଥିବା ବସ ଗୁଡିକର ସମସ୍ତ ଦାୟିତ୍ୱ ବସ ମାଲିକ ଗୁଣ୍ଡିଚା ପରିଡା ବୁଝିବେ ବୋଲି ବନ୍ଧୁମିଳନରେ ନିଷ୍ପତି ହୋଇଛି ।