ହିନ୍ଦୋଳରେ ବିଜେପିର ଜନଆକ୍ରୋଶ ସମାବେଶ ଓ ବ୍ଲକ ଘେରାଉ କାର୍ଯ୍ୟକ୍ରମ ଅନୁଷ୍ଠିତ…

ହିନ୍ଦୋଳ, ୧୯/୧୧ (ସୁଜିତ୍ କୁମାର ବେହେରା) : ଦୁର୍ନୀତିଗ୍ରସ୍ତ ଭ୍ରଷ୍ଟାଚାରୀ ରାଜ୍ୟ ସରକାରଙ୍କ ବିରୋଧରେ ହିନ୍ଦୋଳ ବ୍ଲକ ବିଜେପି ପକ୍ଷରୁ ଜନଆକ୍ରୋଶ ସମାବେଶ ଓ ବ୍ଲକ ଘେରାଉ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ କଚେରିପଡିଆରୁ ଏକ ବିଶାଳ ଶୋଭାଯାତ୍ରାରେ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପଦଯାତ୍ରାରେ ବିଜେପି କାର୍ଯ୍ୟକର୍ତ୍ତା ବାହାରି ରାଜ୍ୟ ସରକାରଙ୍କ ବିରୋଧରେ ବିଭିନ୍ନ ନାରାବାଜି କରିଥିଲେ । ପରେ ବିଜେପିର ବିଧାନସଭା ନେତ୍ରୀ ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଅଞ୍ଜଳି ବେହେରାଙ୍କ ନେତୃତ୍ୱରେ ପ୍ରତିବାଦ ସଭା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପ୍ରାକ୍ତନ ସାଂସଦ ରୁଦ୍ରନାରାୟଣ ପାଣି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟସରକାରଙ୍କ ଜନ ବିରୋଧି, ଦୁର୍ନିତି ଓ ଭ୍ରଷ୍ଟାଚାର ଶାସନ ବିରୋଧରେ ବର୍ଷିବା ସହ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ । ଜିଲ୍ଲା ସଂପାଦକ ସୁଶାନ୍ତ ପତିଙ୍କ ସଂଯୋଜନାରେ ବିଜେପି ଜିଲ୍ଲା କୃଷକ ମୋର୍ଚା ସଭାପତି ସହଦେବ ପୃଷ୍ଟି, ଓବିସି ମୋର୍ଚା ଜିଲ୍ଲା ସଭାପତି ପ୍ରଶାନ୍ତ ପ୍ରଧାନ, ହାତୁରା ମଣ୍ତଳ ସଭାପତି ମନୋଜ ପଟନାୟକ, ନଗର ସଭାପତି ସନ୍ତୋଷ ବେହେରା, ବାବନ୍ଧ ମଣ୍ତଳ ସଭାପତି ଅଶୋକ ରାଉତ, ପାରିକୁଳ ମଣ୍ତଳ ସଭାପତି ଜୀବନ ମିଶ୍ର, ରାସୋଳ ସଭାପତି ମନୋରଂଜନ ନାଥ, ବିଜେପି ବରିଷ୍ଠ ନେତା ମନୋରଂଜନ ନାଏକ, ସୁନିତା ନାଥ, ପୁର୍ବତନ ସରପଞ୍ଚ କ୍ଷେତ୍ରବାସି ବିଶ୍ୱାଳ ପ୍ରମୁଖ ଉଦବୋଧନ ଦେଇ ଆବାସ, ମନରେଗା, ପାଇଖାନା, ପାନୀୟ ଜଳ, ରାସନ ଓ ଭତ୍ତା ପାଇଁ ରାଜ୍ୟର ଗରିବ ଲୋକଙ୍କ ଉଦେଶ୍ୟରେ ଆସୁଥିବା ଅର୍ଥ ସଠିକ୍ ବିନିଯୋଗ ହେଉନଥିବା ବେଳେ ବିନା ପିସିରେ କୌଣସି କାମ ହେଉନଥିବା ନେତୃବୃନ୍ଦ ଅଭିଯୋଗ କରିଥିଲେ ।

କେନ୍ଦ୍ର ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ପ୍ରଚୁର ଟଙ୍କା ପଠାଉଥିଵା ସମୟରେ ରାଜ୍ୟ ସରକାର ମନ୍ଦ ଉଦେଶ୍ୟ ରଖି ଅନୈତିକ ଭାବେ ବିଜେଡି ନେତାଙ୍କୁ ପୋଷିବା ପାଇଁ ଚଞ୍ଚକତା କରି ଟଙ୍କାକୁ ହଡପ କରୁଥିବା ଅଞ୍ଜଳି ବେହେରା ଅଭିଯୋଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଜେପି ନେତା ପ୍ରବେଶ ସାହୁ, ରବିନ ବାରିକ, ଦିପକ ବେହେରା, ବାନାମ୍ବର ପତି, ପ୍ରଦ୍ୟୁତ ସାହୁ, ସୁଜିତ ଜେନା, ତରଣି ସାହୁ, ବିମଳ ସାହୁ, ସୁଜିତ ବାରିକ, କ୍ଷିରୋଦ ବିଶ୍ୱାଳ, ଶୁଭ୍ରାଶୁଂ ସାମନ୍ତ, ବସନ୍ତ ଗଡନାୟକ, ସୁବାସ ସାହୁ, ପ୍ରତିମା ପାଣିଗ୍ରାହୀ, ନିରୁପମା ବେହେରା, ସୋଭାଗିନି ପ୍ରଧାନ, ଅମର ଜେନା, କ୍ଷମାନିଧି ସାହୁ, ଦେଵେନ୍ଦ୍ର ଭଞ୍ଜ, ଆଲୋକ ଚିନାରା, ଅବନି ବେହେରା, କୁଶଳ ପଟନାୟକ ପ୍ରମୁଖ ବହୁ ନେତୃବୃନ୍ଦଙ୍କ ନେତୃତ୍ୱରେ ପ୍ରତ୍ୟକ ବୁଥରୁ କାର୍ଯ୍ୟକର୍ତ୍ତା ଯୋଗଦେଇ ଜନଆକ୍ରୋଶ ସମାବେଶରେ ଯୋଗ ଦେଇଥିଲେ । ଶେଷରେ ଦଳ ପକ୍ଷରୁ ରାଜ୍ୟପାଳଙ୍କ ଉଦେଶ୍ୟରେ ସହକାରୀ ଗୋଷ୍ଠି ଉନ୍ନୟନ ଅଧିକାରୀ ଅଶୋକ ମିଶ୍ରଙ୍କୁ ବିଭିନ୍ନ ଦାବି ନେଇ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା ।