ଓଡିଶା

ଆରମ୍ଭ ହେଲା ଚିତ୍ରକଳା ଉତ୍ସବ ‘କାନ୍‌ଭାସ୍‌ରେ ଭିତରକନିକା’…

କେନ୍ଦ୍ରାପଡ଼ା, ୧୯/୧୧ : ଭିତରକନିକା ଅପରୂପ ସୌନ୍ଦର୍ଯ୍ୟକୁ ନେଇ ଏକ ଚିତ୍ରକଳା ଉତ୍ସବ ‘କାନ୍‌ଭାସ୍‌ରେ ଭିତରକନିକା’ ଆରମ୍ଭ ହୋଇଯାଇଛି । ଏହା ଦୁଇ ଦିନ ଧରି ଚାଲିବ । କେନ୍ଦ୍ରପଡ଼ା ଡେଭଲପ୍‌ମେଣ୍ଟ ଫାଉଣ୍ଡେସନ ପକ୍ଷରୁ ଭିତରକନିକା ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ରାଜନଗର ବିଧାୟକ ଧ୍ରୁବ ସାହୁ ଉଦ୍‌ଘାଟନ କରିଥିଲେ । ଭିତରକନିକାର ପର୍ଯ୍ୟଟନ ସମ୍ଭାର, ପ୍ରାକୃତିକ ସୌନ୍ଦର୍ଯ୍ୟ, ପ୍ରକୃତି-ମଣିଷ ସହାବସ୍ଥାନ ଓ ପ୍ରକୃତି ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଏଭଳି କାର୍ଯ୍ୟକ୍ରମ ନିଶ୍ଚିତ ସହାୟକ ହେବ ବୋଲି ଶ୍ରୀ ସାହୁ ଆଶା ପ୍ରକାଶ କରିଛନ୍ତି । ସମ୍ମାନିତ ଅତିଥି ଭାବେ ଶ୍ରୀଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ଅଧ୍ୟକ୍ଷ ଅତୁଲ ବଳ ଯୋଗଦେଇ ପର୍ଯ୍ୟଟନର ପ୍ରଚାର ପାଇଁ ଚିତ୍ରକଳା ଶିବିର ଏକ ଅଭିନବ ମାଧ୍ୟମ ବୋଲି କହିଥି‌ଲେ । ଏହି କାର୍ଯ୍ୟକ୍ରମରେ ଫରେଷ୍ଟ ରେଞ୍ଜର ମାନସ ଦାସ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ । କେନ୍ଦ୍ରାପଡ଼ା ଡେଭ୍‌ଲପ୍‌ମେଣ୍ଟ ଫାଉଣ୍ଡେସନ ଆବାହକ ଚୌଧୁରୀ ଅମିତାଭ ଦାସ କହିଥିଲେ ଯେ, ଭିତରକନିକା ପର୍ଯ୍ୟଟନର ବ୍ୟାପକ ପ୍ରଚାର ପ୍ରସାରର ଆବଶ୍ୟକତା ରହିଛି । ଏହି ଚିତ୍ରକଳା ଉତ୍ସବ ସେ ଦିଗରେ ଏକ ଛୋଟିଆ ପ୍ରୟାସ । ଏଠାରେ ପ୍ରସ୍ତୁତ ହୋଇଥିବା ଚିତ୍ରକଳାଗୁଡ଼ିକ ଆସନ୍ତା ୨୭ ଓ ୨୮ ତାରିଖରେ ଭୁବନେଶ୍ବର ଜୟଦେବ ଭବନରେ ପ୍ରଦର୍ଶିତ ହେବ । ଏଥିରେ କେନ୍ଦ୍ରାପଡ଼ା ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୧୭ ଜଣ ଯୁବ ଚିତ୍ରଶିଳ୍ପୀ ଯୋଗ ଦେଇଛନ୍ତି । ଫାଉଣ୍ଡେସନର ଟ୍ରଷ୍ଟି ସାଲୁଟ୍‌ ସାହୁ ସଭା ସଂଯୋଜନା କରିଥିଲେ । ଫାଉଣ୍ଡେସନର ସଦସ୍ୟ ବିଶ୍ବରଞ୍ଜନ ଦାଶ ଓ ଅଂଶୁମାନ ପଟ୍ଟନାୟକ ଏହାକୁ ପରିଚାଳନା କରିଥିଲେ ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା