ଓଡିଶା

ଜାତୀୟ ଶିକ୍ଷାନୀତି ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଆଲୋଚନା ଚକ୍ର ଅନୁଷ୍ଠିତ…

ଗଜପତି, ୧୯/୧୧ (ବିବେକାନନ୍ଦ ବେହେରା):  ଗଜପତି ଜିଲ୍ଲା ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଜାତୀୟ ଶିକ୍ଷାନୀତି (NEP- 2020)ରେ ପ୍ରସ୍ତାବିତ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ (FOUNDATIONAL LITERACY AND NUMERACY) ସମ୍ବନ୍ଧୀୟ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ଚିକିତ୍ସାଳୟର ଚକ୍ଷୁ ସହଯୋଗୀ ଜନ୍ମେଜୟ ସାହୁ, ସମ୍ମାନିତ ଅତିଥି ରୂପେ ପାରଳାଖେମୁଣ୍ଡି ସଂକୁଳ ପ୍ରମୁଖ ରାଜେନ୍ଦ୍ର ପଢିଆରୀ, ବିଦ୍ୟାଳୟର ପରିଚାଳନା କମିଟିର ସଦସ୍ୟା ସୁଷମା ଦାଶ ପ୍ରମୁଖ ଯୋଗ ଦେଇଥିଲେ । ବରିଷ୍ଠ ଶିକ୍ଷକ, ପ୍ରଶିକ୍ଷକ ମନୋଜ କୁମାର ପଣ୍ଡା, ହରିନାଥ ପାତ୍ର, ରମାକାନ୍ତ ପଟ୍ଟନାୟକ ଓ ଅମୂଲ୍ୟ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଶିଶୁମାନଙ୍କର ମୌଳିକ ସ୍ତରରେ ସାକ୍ଷରତା ଓ ସଂଖ୍ୟା ଜ୍ଞାନ କିପରି ବିକଶିତ ହୋଇପାରିବ ସେ ସମ୍ବନ୍ଧରେ ପ୍ରଶିକ୍ଷକମାନେ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ । ଜିଲ୍ଲାର ବିଭିନ୍ନ ଶିଶୁ ମନ୍ଦିରର ଯଥା- ନାରାୟଣପୁର, ରାମଗିରି, ରାୟଗଡ଼ର ଆଚାର୍ଯ୍ୟ ଆଚାର୍ଯ୍ୟା, ପାରଳାଖେମୁଣ୍ଡିର ବିଭିନ୍ନ ଶିକ୍ଷାନୁଷ୍ଠାନର ପ୍ରଧାନ ଶିକ୍ଷକ ଓ ସହ-ଶିକ୍ଷକ/ଶିକ୍ଷୟତ୍ରୀ, ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ଗଣ ଓ ବିଦ୍ୟାଳୟର ମାତୃଭାରତୀ, ଅଭିଭାବକ/ଅଭିଭାବିକା ପ୍ରଭୃତି ଯୋଗଦାନ କରି ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ । ବିଦ୍ୟାଳୟର ଶିଶୁ ବାଟିକା ପ୍ରମୁଖ ମମତା ମହାପାତ୍ରଙ୍କ ସଂଯୋଜନାରେ ତଥା ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ପଣ୍ଡାଙ୍କ ନେତୃତ୍ୱରେ ଓ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା