ଜଗତସିଂହପୁର ପୌରାଞ୍ଚଳ ୬ ନମ୍ବର ୱାର୍ଡରେ ରୋଜାଲିନଙ୍କ ଜୋରଦାର ପ୍ରଚାର…

ଜଗତସିଂହପୁର, ୧୯/୧୧ (ରୀତା ସାହୁ) : ଜଗତସିଂହପୁର ପୌରାଞ୍ଚଳ ୬ ନମ୍ବର ୱାର୍ଡର ବିଜେଡି ସମର୍ଥିତ କାଉନସିଲର ପ୍ରାର୍ଥୀନୀ ରୋଜାଲିନ ଦାଶ ନିଜ ୱାର୍ଡରେ ପ୍ରଚାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଏହି ଅବସରରେ ରୋଜାଲିନଙ୍କ ସହିତ ସରକାରୀ ଦଳର ମୁଖ୍ୟ ସଚେତକ ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ଉପସ୍ଥିତ ରହି ପ୍ରଚାର କାର୍ଯ୍ୟରେ ସାମିଲ ହୋଇ ପ୍ରଚାର କାର୍ଯ୍ୟକୁ ଆହୁରି ଜୋରଦାର କରିଛନ୍ତି । ନବୀନ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାରେ ଏହି ୱାର୍ଡରେ ରାସ୍ତାଘାଟଠାରୁ ଆରମ୍ଭ କରି ପାନୀୟ ଜଳ, ବିଦ୍ୟୁତ ସେବା ଆଦି ବହୁ ମାତ୍ରାରେ ଉନ୍ନତି ହୋଇଛି । ଆଉ କିଛି କାମ ବାକି ରହିଥିବା ବେଳେ ଲୋକମାନଙ୍କ ସ୍ୱପ୍ନକୁ ମୁଁ ନିଶ୍ଚିତ ଭାବରେ ସାକାର କରିବି ବୋଲି କହିଛନ୍ତି ରୋଜାଳିନ । ଏହା ସହିତ ବିଜୁ ଜନତା ଦଳର ବିଧାୟକଙ୍କ ଉପରେ ଲୋକମାନଙ୍କ ଆସ୍ଥା ରହିଥିବା ବେଳେ ନିଶ୍ଚୟ ବିଜୟ ହାସଲ କରିବେ ବୋଲି କହିଛନ୍ତି ରୋଜାଲିନ ।