ବିଶିଷ୍ଟ ଶିକ୍ଷାବିତ ପ୍ରଫେସର ଡ଼ଃ ଶ୍ରୀରାମ ଚନ୍ଦ୍ର ଦାସଙ୍କର ୧୦୫ତମ ଜନ୍ମଜୟନ୍ତୀ ପାଳିତ

ଜଗତସିଂହପୁର ୧୮/୧୧ (ରୀତା ସାହୁ) : ବିଶିଷ୍ଟ ଶିକ୍ଷାବିତ ପ୍ରଫେସର ଡ଼ଃ ଶ୍ରୀରାମ ଚନ୍ଦ୍ର ଦାସଙ୍କର ୧୦୫ତମ ଜନ୍ମଜୟନ୍ତୀ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ କଲେଜଛକ ସ୍ଥିତ ଶ୍ରୀରାମ ଦାଶଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଶ୍ରମତୀ ପାରୁଲ ପଟୱାରୀ ଯୋଗ ଦେଇ ଡ଼ଃ ଶ୍ରୀରାମ ଚନ୍ଦ୍ର ଦାସଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଜଗତସିଂହପୁର ପୌରପରିଷଦ ଅଧ୍ୟକ୍ଷା ଶ୍ରମତୀ ଅର୍ଚନା ସିଂହ, ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼ଃ ଅଶୋକ କୁମାର କର୍ଣ୍ଣ, ଜିଲ୍ଲା ସଂସ୍କୃତି ଅଧିକାରୀ ଦିଲ୍ଲୀପ କୁମାର ଜେନା, ବରିଷ୍ଠ ସହାୟକ ଦୀପକ କୁମାର ପଟନାୟକ, ସାମ୍ବାଦିକ ମନୋଜ କୁମାର ଦାଶ, ସରୋଜ ସାହୁ, ପ୍ରତାପ ସିଂ, ଦୁର୍ଯେ୍ୟାଧନ ମହାରଣା, ସନ୍ତୋଷ ମଲ୍ଲିକ, ସୁଦର୍ଶନ ଦାସ ପ୍ରମୁଖ ଉପସ୍ଥିତ ରହି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।