ରାଜ୍ୟ ସରକାରଙ୍କ ସମବାୟ ସମିତି ହସ୍ତକ୍ଷେପରେ ଚାଷୀ ହେଉଛନ୍ତି ଉପକୃତ

ସାଲେପୁର : ରାଜ୍ୟ ସରକାରଙ୍କ ପକ୍ଷରୁ ୭0 ତମ ସର୍ବଭାରତୀୟ ସମବାୟ ସପ୍ତାହ ପାଳନ ଅବସରରେ, ମାହାଙ୍ଗା ବ୍ଲକ କୁଣ୍ଡି ସେବା ସମବାୟ ସମିତି ପ୍ରାଙ୍ଗଣରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କୃଷି ଓ କୃଷକମାନଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ସମବାୟ ସମିତି ଜରିଆରେ ଅନେକ ବିକାଶ ମୂଳକ କାର୍ଯ୍ୟ ହାତକୁ ନେଇଥିବା ବେଳେ, ଏହା ଦ୍ୱାରା ଗ୍ରାମାଞ୍ଚଳର ଚାଷୀମାନେ ବେଶ ଉପକୃତ ହୋଇପାରୁଛନ୍ତି ବୋଲି ଆଲୋଚନାରେ ମତ ପ୍ରକାଶ ପାଇଥିଲା l ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି, ଏହି ସମବାୟ ଆନ୍ଦୋଳନ ସହିତ ସରକାର ଲୋକଙ୍କୁ ଯୋଡିବା ପାଇଁ ସଚେତନତା ରଥ ପରିକ୍ରମା କରାଉଥିବା ଦେଖିବାକୁ ମିଳିଛି l ଚାଷୀମାନେ କିପରି ସମବାୟ ସମିତି ଜରିଆରେ ଉପକୃତ ହୋଇପାରିବେ,ସେ ନେଇ ସମିତି ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା l
ଏହି କାର୍ଯ୍ୟକ୍ରମରେ ସମବାୟ ସମିତିର ସଭାପତି ଅଖିଳେଶ ମହାନ୍ତି ଯୋଗଦେଇ, ସମବାୟ ସମିତି ଚାଷୀଙ୍କୁ ସବୁ ପ୍ରକାର ସୁବିଧା ଯୋଗାଇଦେବାକୁ ନିଷ୍ପତି ନେଇଥିବା କହିଥିଲେ l କାର୍ଯ୍ୟକ୍ରମରେ ସମିତିର ସମ୍ପାଦକ ଦେବାଶିଷ ପଣ୍ଡା, ରଶ୍ମିତା ପଣ୍ଡା, ଡାଇରେକ୍ଟର ରମାକାନ୍ତ ପଣ୍ଡା, ରବୀନ୍ଦ୍ର ପୃଷ୍ଟି, ଉଦୟନାଥ ଲେଙ୍କା, ଜୟଦେବ ମହାନ୍ତି, ସୁଶାନ୍ତ ବିହାରୀ, ରତିକାନ୍ତ ପୃଷ୍ଟି, ସୌମ୍ୟରଞ୍ଜନ ଦାସ, ଅମୀୟ ନାୟକ, ପୁଷ୍ପଲତା ପରିଡା, ବଟକୃଷ୍ଣ ସାହୁ, ସନାତନ ବିହାରୀ ପ୍ରମୁଖ ଯୋଗ ଦେଇଥିଲେ l
ରିପୋର୍ଟ : କଟକ ଜିଲ୍ଲା ସାଲେପୁରରୁ ଅଭୟ ଜେନା