ଭୁବନେଶ୍ୱରରେ କେରଳର ୧୮ ଜଣିଆ ପ୍ରତିନିଧି ଦଳ…

ଭୁବନେଶ୍ୱର, ୧୭/୧୧ : କେରଳର ବିଭିନ୍ନ ପୌରସଂସ୍ଥାରୁ ୩ ଦିନିଆ ଗସ୍ତରେ ଓଡିଶାକୁ ଆସିଛନ୍ତି । କେରଳର କୋଲାମ ସହରର ମାନନୀୟା ମେୟର ପ୍ରସନ୍ନ ଇୟର ନେଷ୍ଟଙ୍କ ନେତୃତ୍ୱରେ ୧୮ଜଣିଆ ପ୍ରତିନିଧି ଦଳ ଏହି କ୍ଷେତ୍ର ପରିଦର୍ଶନରେ ଆସିଛନ୍ତି । ସେଠାକାର ବିଭିନ୍ନ ଷ୍ଟାଣ୍ଡିଂ କମିଟିର ସଦସ୍ୟ, ସଦସ୍ୟା ଓ କାଉନସିଲ ଏହି ପ୍ରତିନିଧି ଦଳରେ ରହିଛନ୍ତି । ଭୁବନେଶ୍ୱର କ୍ଷେତ୍ର ପରିଦର୍ଶନର ଶୁଭାରମ୍ଭ ଅବସରରେ କଳିଙ୍ଗନଗରସ୍ଥିତ ସିଇଡିଇଆରସି ସଭାଗୃହରେ ମୁଖ୍ୟ ଅତିଥି ଭାବେ ଉଦବୋଧନ ଦେଇଥିଲେ ମାନନୀୟା ମେୟର, ଭୁବନେଶ୍ୱର ମହାନଗର ନିଗମ, ଶ୍ରୀମତୀ ସୁଲୋଚନା ଦାସ ।
ସରକାରଙ୍କ ସ୍ୱୀକୃତି ପ୍ରାପ୍ତ ସେଂଟର ଫର୍ ଏନଭାଇରାନ୍ମେଂଟ ଆଣ୍ଡ ଡେଭଲପମେଂଟ ସଂସ୍ଥା ତରଫରୁ ଅମୃତ ଯୋଜନା ଅଧିନରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏଥିରେ ଯୋଗ ଦେଇ ମାନନୀୟା ମେୟର କହିଛନ୍ତି ଯେ-ମନ୍ଦିରମାଳିନୀ ସହର ଭୁବନେଶ୍ୱରର ଐତିହ୍ୟ, ପରମ୍ପରା ଅନନ୍ୟ ଓ ସ୍ୱତନ୍ତ୍ର । ଏଠାରେ ଥିବା ସମସ୍ତ ମନ୍ଦିରର ସ୍ୱତନ୍ତ୍ରତା ରହିଛି । ସହରକୁ ସ୍ୱଚ୍ଛ, ସବୁଜ ଓ ସୁନ୍ଦର କରି ଗଢ଼ିବା ପାଇଁ ରାଜ୍ୟ ସରକାର ଏବଂ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି । ଜାଗା ମିଶନ ଜରିଆରେ ବସ୍ତିବାସିନ୍ଦାଙ୍କୁ ଭୂମି ଅଧିକାର ପ୍ରଦାନ କରାଯାଉଛି । ସେହିପରି ସହରର ସମସ୍ତ ବସ୍ତିକୁ ବିଜୁ ଆଦର୍ଶ କଲୋନୀରେ ପରିଣତ କରାଯାଉଛି । ସମସ୍ତ ବସ୍ତିକୁ ପାନୀୟଜଳ, ବିଦ୍ୟୁତ୍ସେବା, ରାସ୍ତା, ଡ୍ରେନ ଆଦି ସମସ୍ତ ପ୍ରକାରର ସର୍ବନିମ୍ନ ସୁବିଧା ପ୍ରଦାନ କରାଯାଉଛି । ଶୌ•ଳୟ, କମୁ୍ୟନିଟି ସେଂଟରଠାରୁ ଆରମ୍ଭ କରି ସମସ୍ତ ସୁବିଧା ପ୍ରଦାନ କରାଯାଉଛି । ସ୍ମାର୍ଟସିଟିର ପ୍ରାୟ ସମସ୍ତ ମାନଦଣ୍ଡ ପୂରଣ କରିବାରେ ସହର ସଫଳ ହୋଇଛି । ସେଥିôପାଇଁ ନିକଟରେ ଇଷ୍ଟର୍ନ ରିଜିଅନରେ ଶ୍ରେଷ୍ଠ ସ୍ମାର୍ଟସିଟି ଭାବେ ବିଏମ୍ସିକୁ ପୁରସ୍କୃତ କରାଯାଇଛି । ଏଥିପାଇଁ ଅତ୍ୟାଧୁନିକ ଜ୍ଞାନ କୌଶଳ ଆପଣାଯାଉଛି । ବିଏମସିର ଅଧିକାରୀ ଓ କର୍ମ•ରୀ ଅନ୍ୟ ସହର ପରିଦର୍ଶନ କରି ନୂଆ ନୂଆ ଜ୍ଞାନକୌଶଳକୁ ଏଠାରେ ପ୍ରୟୋଗ କରାଯାଉଛି ।
ଏହି ପ୍ରତିନିଧି ଦଳ କଟକ, ଭୁବନେଶ୍ୱର ଏବଂ ପୁରୀର ଅମୃତ ଯୋଜନା ସଂପର୍କିତ ମଳ ପରିଚାଳନା, ୨୪ ଘଂଟିଆ ଜଳ ଯୋଗାଣ, ଡ୍ରିଙ୍କ ଫ୍ରମ ଟ୍ୟାପ୍ ଇତ୍ୟାଦି କାର୍ଯ୍ୟ ବୁଲି ଦେଖିଛନ୍ତି ।