ବିଧାୟିକା ଲତିକାଙ୍କୁ କଡା ଟକ୍କର ଦେଉଛନ୍ତି ହରଙ୍କ ପତ୍ନୀ ଏବଂ କନ୍ୟା

କୋଦଳା, ୧୭/୧୧ (ବାପୁନି କୁମାର ମାଲୁ) : ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ ବିଭିନ୍ନ ସମାବେଶ ମାଧ୍ୟମରେ ଲୋକଙ୍କ ନିକଟତର ହେଉଛନ୍ତି ଆଶାୟୀ ପ୍ରାର୍ଥୀ । କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ବିଜେଡିରୁ ବିଧାୟକ ପାର୍ଥô ପାଇଁ ରେସରେ ଥିବା କୋଦଳା ପୂର୍ବତନ ନଗରପାଳ ହରପ୍ରସାଦ ସାହୁ ମଧ୍ୟ ଏଥିରୁ ବାଦ୍ ପଡିନାହାନ୍ତି । ରାଜ୍ୟ ସରକାର ମହିଳାଙ୍କୁ ଗୁରୁତ୍ୱ ଦେଇଥିବାରୁ ମହିଳା ସମାବେଶମାନ କରି ସଂଗଠିତ ହେବାକୁ ଆହ୍ୱାନ ଦେଉଛନ୍ତି ହରଙ୍କ ପରିବାର ଲୋକ । ଗତ କିଛି ଦିନ ପୂର୍ବେ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖଜାପଲ୍ଲୀରେ ମହିଳା ସମାବେଶ କରିଥିଲେ ହରଙ୍କ ପନôୀ ତଥା କୋଦଳାର ପୂର୍ବତନ ନଗରପାଳିକା ସୁନିତା ପ୍ରଭା ସାହୁ । ଆଉ ଏବେ ପୁଣି ବେଗୁନିଆପଡା ବ୍ଲକ ଫାଶୀରେ କାର୍ତିକ ମହୋତ୍ସବରେ ଯୋଗ ଦେଇ ଲୋକଙ୍କ ପ୍ରିୟଭାଜନ ହୋଇଛନ୍ତି ହରଙ୍କ ପନôୀ ସୁନିତା ପ୍ରଭା ସାହୁ ଏବଂ କନ୍ୟା ତଥା ୟୁଥ ଫୋରମ୍ ଅଧକ୍ଷା ରଂଜିତା ସାହୁ ।
ଫାଶୀଠାରେ ଆୟୋଜିତ କାର୍ତିକ ମହୋତ୍ସବରେ ଅତିଥି ସୁନିତା ଏବଂ ରଂଜିତାଙ୍କୁ ଶତାଧିକ ମହିଳା ଗ୍ରାମ ପରିକ୍ରମା କରି ସଭାସ୍ଥଳକୁ ପାଛୋଟି ନେଇଥିଲେ । ସେଠାରେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ସୁନିତା ପ୍ରଭା ସାହୁ । ଏହି ଅବସରରେ ସେ କାର୍ତିକ ମାସର ମହାତ୍ମା କହିବା ସହ ମହିଳା ସଂଗଠନ ଉପରେ ଗୁରୁତ୍ୱାରୋପ କରିଥିଲେ । କହିବାକୁ ଗଲେ ଫାଶୀରେ ଅନୁଷ୍ଠିତ କାର୍ତିକ ମହୋତ୍ସବ କାର୍ଯ୍ୟକ୍ରମ ଥିଲା ଏକ ପ୍ରକାର ମହିଳା ସମାବେଶ କାର୍ଯ୍ୟକ୍ରମ । ଯାହାକି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କୁ କଡା ଟକ୍କର ଦେଉଛି ବୋଲି ସାଧାରଣରେ ଆଲୋଚନା ହେଉଛି । ହରଙ୍କ ନେତୃତ୍ୱରେ ମହିଳା ସମାବେଶ, ଯୁବ ସମାବେଶ, ସାଙ୍ଗଠନିକ ସମାବେଶ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ବିଜେଡି ଅନ୍ତର୍ଦ୍ୱନ୍ଦ୍ୱ ଲାଗି ରହିଛି । ସେପଟେ ଆଗାମୀ ନିର୍ବାଚନରେ ହରଙ୍କୁ ବିଜେଡି ବିଧାୟକ ପାର୍ଥô କରିବାକୁ ଦାବି ଜୋର ଧରିଛି ।