ଓଡିଶା

ପାରଳାଖେମୁଣ୍ଡିରେ ଜିଲ୍ଲାସ୍ତରୀୟ ଜାତୀୟ ସାମ୍ବାଦିକ ଦିବସ ପାଳିତ…

ଗଜପତି, ୧୭/୧୧ (ବିବେକାନନ୍ଦ ବେହେରା) : ଗଜପତି ଜିଲ୍ଲା ପାରଳଖେମୁଣ୍ଡି ସଦର ମହକୁମାର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ୍ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ଯୋଗଦାନ କରି ନିଜ ବକ୍ତବ୍ୟରେ ଜଣାଇଥିଲେ ଯେ, ଗଜପତି ଜିଲ୍ଲାର ସାମ୍ବାଦିକ ଗଣ ଜିଲ୍ଲାର ଅପହଂଚ ଅଂଚଳର ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ବିଭିନ୍ନ ଖବର ସଂଗ୍ରହ କରି ପ୍ରସାର ପ୍ରଚାର କରି ସମସ୍ତ କ୍ଷେତ୍ରରେ ଆଗକୁ ନେବାରେ ସଫଳ କରୁଛନ୍ତି । ଯେଉଁଭଳି ଭାବରେ ଖରା, ବର୍ଷା ଓ ଶୀତକୁ ଖାତିର୍ ନକରି କର୍ତର୍ବ୍ୟ ନିଷ୍ଠା ସହିତ ଲୋକଙ୍କୁ ସଚେତନତାର ବାର୍ତା ପହଂଚାଇଥିବା ସମସ୍ତ ଗଣମାଧ୍ୟମଙ୍କୁ ପ୍ରଶଂସା କରିଥିଲେ । ଏହି ଉପଲକ୍ଷେ “କୁତ୍ରୀମ ବୁଦ୍ଧିମତା ଯୁଗରେ ଗଣମାଧ୍ୟମ” ଶୀର୍ଷକ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ବକ୍ତା ଭାବେ ଡ଼.ଗୁଣନିଧି ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଗଜପତି କହିଥିଲେ, ଗଣ ମାଧ୍ୟମ ପ୍ରତିନିଧିଙ୍କ ଖବର ସଂଗ୍ରହ ସମୟରେ ମୁଖ୍ୟ ଭୂମିକା ଓ କର୍ତର୍ବ୍ୟ ବହନ କରୁଛି । ସମ୍ମାନିତ ଅତିଥି ଭାବରେ ଶ୍ରୀ ଗରୁଡ଼ଧ୍ୱଜ ଚୌଧୁରୀ ବରିଷ୍ଠ ସାମ୍ୱାଦିକ ଯୋଗ ଦେଇଥିବା ବେଳେ ଶ୍ରୀ ଡିଜେନ୍ଦ୍ର ନାଥ ପାଢ଼ୀ, ବରିଷ୍ଠ ସାମ୍ୱାଦିକ ସଭା ପରିଚାଳନା କରିଥିଲେ ।

ଜିଲ୍ଲାର ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମାନେ ଏହି ଆଲୋଚନା ଚକ୍ରରେ ଅଂଶଗ୍ରହଣ କରି ନିଜ ନିଜର ଅଭିଭାଷଣ ରଖିଥିଲେ । ଏହି ଅବସରରେ ସ୍ୱର୍ଗତ ସତ୍ୟନାରାୟଣ ଚୌଧୁରୀ କାଶୀନଗର ବ୍ଲକର ସମ୍ବାଦ କବରକାଗଜ ପ୍ରତିନିଧିଙ୍କ ଧର୍ମପତ୍ନୀ କଳ୍ପନା ଚୌଧୁରୀଙ୍କୁ ସାମ୍ୱାଦିକ ମୃତ୍ୟ କାଳୀନ ଆର୍ଥିକ ସହାୟତା ରାଶି ସରକାରଙ୍କ ତରଫରୁ ୪ ଲକ୍ଷ ଟଙ୍କା ଜିଲ୍ଲାପାଳ ପ୍ରଦାନ କରିଛନ୍ତି । ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରଦୀପ୍ତ ଗୁରୁମାଇ ପରିଚାଳନା କରିଥିବାବେଳେ ନରସିଂହ ବଜବାନ୍ଧୁ ସହଯୋଗ କରିଥିଲେ ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା