ଓଡ଼ାପଡ଼ା ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ସାମ୍ବାଦିକ ଦିବସ ପାଳିତ…

ଓଡ଼ାପଡ଼ା, ୧୭/୧୧ (ଗୋପବନ୍ଧୁ ବାରିକ) : ଓଡ଼ାପଡ଼ା ସାମ୍ବାଦିକ ସଂଘ ପକ୍ଷରୁ ହିଦୋଳ ରୋଡ ସ୍ଥିତ ସଂଘ କାର୍ଯ୍ୟାଳୟରେ ଜାତୀୟ ସାମ୍ବାଦିକ ଦିବସ ପାଳିତ ହୋଇଯାଇଛି । ସଂଘ ସଭାପତି ରବିନାରାୟଣ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଓଡ଼ାପଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅମିୟ କେତନ ସ୍ୱାଇଁ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ରୂପେ ଶିକ୍ଷାବିତ୍ ରାମଚନ୍ଦ୍ର କରଣ ଓ ସୁକାନ୍ତ ଚରଣ ମାଝି ଯୋଗ ଦେଇଥିଲେ । ଏହି ଅବସରରେ ଉପସ୍ଥିତ ଅତିଥି ସାମ୍ବାଦିକଙ୍କୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ବ ଭାବେ ବିବେଚନା କରିବା ସହ ସାମ୍ବାଦିକଙ୍କ କର୍ତର୍ବ୍ୟ ଓ ସମାଜ ପାଇଁ ସେମାନଙ୍କର ଦାୟିତ୍ୱବୋଧ ସଂମ୍ପର୍କରେ ଆଲୋକପାତ କରି ନିର୍ଭିକ ଭାବେ ତଥ୍ୟଭିିତିକ ସମ୍ବାଦ ପ୍ରସାରଣ ନିମନ୍ତେ ଆହ୍ୱାନ ଦେଇଥିଲେ । ସଂଘର ସଂପାଦକ ନିରଞ୍ଜନ ସାହୁ ସଭା ପରିଚାଳନା କରୁଥିବା ବେଳେ ସହସଂପାଦକ ଗୋପବନ୍ଧୁ ବାରିକ ସାମ୍ବାଦିକ ଦିବସ ପାଳନ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଶେଷରେ ସଂଘ ଉପସଭାପତି ମିହିର କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଂଘର ସମସ୍ତ ସଦସ୍ୟ ଓ ବହୁ ସାମ୍ବାଦିକମାନେ ଯୋଗ ଦେଇଥିଲେ ।