ଦେଶ ବିଦେଶ

ମଧ୍ୟପ୍ରଦେଶରେ ଶିବରାଜ ସିଂ ଚୌହାନ ଓ କମଳନାଥଙ୍କ ମଧ୍ୟରେ ଲଢେଇ

ଭୋପାଳ, ୧୭/୧୧ : ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯର୍୍ୟାୟ ଭୋଟ ଗ୍ରହଣ ହୋଇଛି । ଶୁକ୍ରବାର ସମସ୍ତ ୨୩୦ଟି ଆସନ ପାଇଁ ପ୍ରଥମ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହୋଇଛି । ରାଜ୍ୟର ବହୁ ହେଭିୱେଟ ନେତାଙ୍କ ଭାଗ୍ୟର ଫଇସଲା କରୁଛନ୍ତି ଜନତା ।
ମଧ୍ୟପ୍ରଦେଶରେ ମୋଟ ୨ ହଜାର ୫୩୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ୬୪ ହଜାର ୬୨୬ ମତଦାନ କେନ୍ଦ୍ରରେ ୫କୋଟି ୬୦ହଜାର ମତଦାତା ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି । ବିଜେପି ଓ କଂଗ୍ରେସ ସମସ୍ତ ଆସନରେ ଜୋରଦାର ଟକ୍କର ହେବ ବୋଲି ଆକଳନ କରାଯାଉଛି । ଶୁକବ୍ରାର ସକାଳ ୭ ଟାରୁ ମତଦାନ ଆରମ୍ଭ ହୋଇଛି । ଭୋଟ ଦେବା ପାଇଁ ସକାଳୁ ଭୋଟରମାନେ ଆସିବା ଆରମ୍ଭ କରି ଦେଇଛନ୍ତି । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ କମଳନାଥଙ୍କ ରାଜନୈତିକ ଭବିଷ୍ୟତ ପାଇଁ ଏହି ନିର୍ବାଚନ ଗୁରୁତ୍ୱପୂର୍ଣ୍ଣ ହେବ । ମଧ୍ୟପ୍ରଦେଶରେ ବିଏସପି ୧୮୧ ଆସନ, ସମାଜବାଦୀ ପାର୍ଟି ୭୧ ଆସନ ଓ ଆମଆଦମୀ ପାର୍ଟି ୬୬ ଆସନରେ ଲଢ଼ୁଛନ୍ତି । ବିଭିନ୍ନ ପୋଲିଂ ବୁଥରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଦେଶ ବିଦେଶ ବ୍ୟବସାୟ

କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ଏକ ସାମୂହିକ ପ୍ରୟାସ ହେବା ଆବଶ୍ୟକ: ନିର୍ମଳା ସୀତାରମଣ |

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ପାଇଁ ସାମୂହିକ ପ୍ରୟାସ ଆବଶ୍ୟକ, କାରଣ ଟେକ୍ନୋଲୋଜି କ୍ରମାଗତଭାବେ ବିକଶିତ ହେଉଛି ଏବଂ ବଦଳୁଛି
ଦେଶ ବିଦେଶ

କର୍ଣ୍ଣାଟକରେ ଓମିକ୍ରନ୍ ଭୟ: ମଲ୍, ସିନେମା ହଲ୍ ପରିଦର୍ଶନ ପାଇଁ ଦୁଇଟି ଡୋଜ୍ ଜରୁରୀ | ବିଦ୍ୟାଳୟଗୁଡ଼ିକ ପାଇଁ ମଧ୍ୟ ନୂତନ ନିୟମ |

କର୍ଣ୍ଣାଟକ ସରକାର ଶୁକ୍ରବାର ଦିନ ମଲ, ପ୍ରେକ୍ଷାଳୟ ଏବଂ ସିନେମା ହଲ ପାଇଁ ବାଧ୍ୟତାମୂଳକ କରିଛନ୍ତି ଯେ କେବଳ ସେହି ପରିଦର୍ଶକଙ୍କୁ କୋଭିଡ -19 ଟିକା ନେଇଛନ୍ତି।