ଓଡିଶା

ଜଲିଗଲା ଝିଅ ବାହାଘର ପାଇଁ ସାଇତା ସ୍ବପ୍ନ । ସରକାରୀ ସହାୟତା ଲୋଡୁଛନ୍ତି ପରିବାର ଲୋକ…

ଖଲ୍ଲିକୋଟ, ୧୬ ନଭେମ୍ବର : ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ । ଜଳିଗଲା ୩ ବଖରା ଘର ସାଙ୍ଗକୁ ଝିଅ ବାହାଘର ପାଇଁ ସାଇତା ସ୍ବପ୍ନ । ଖଲ୍ଲିକୋଟ ବ୍ଲକ କମଳାପଦର ଗାଁର ସ୍ବର୍ଗତ ଦେବ ପାହାନଙ୍କ ଘରେ ନିଆଁ ଲାଗିଥିବା ଜଣାପଡିଛି l ଘରେ ନିଆଁ ଲାଗି ସବୁ ଜଳିପୋଡ଼ି ପାଉଁଶ ହୋଇଯାଇଛି । ଝିଅ ବିବାହକୁ ଅଳ୍ପ କିଛି ଦିନ ବାକି ଥିବାବେଳେ କିପରି ଝିଅକୁ ଶାଶୁ ଘରକୁ ପଠାଇବେ ସେନେଇ ଚିନ୍ତାରେ ପଡ଼ିଯାଇଛନ୍ତି ପରିବାର ଲୋକେ । ସୂଚନା ଅନୁସାରେ, ଦେବଙ୍କ ଘରର ସମସ୍ତ ସଦସ୍ୟ ଧାନ କାଟିବା ପାଇଁ ବିଲକୁ ଯାଇଥିବା ସମୟରେ ଘର ଭିତରେ ନିଆଁ ଜଳିବାର ଦେଖିବାକୁ ମିଳିଥିଲା । ଏହା ଦେଖି ସାହି ପଡୋଶୀ ସଙ୍ଗେ ସଙ୍ଗେ ବିଦ୍ୟୁତ ବିଭାଗକୁ ଫୋନ କରି ବିଦ୍ୟୁତ ବିଛିନ୍ନ କରିବା ସହ ଦମକଳ ବାହିନୀକୁ ଯୋଗାଯୋଗ କରିଥିଲେ l ପରେ ଦମକଳ ଟିମ୍ ଆସି ନିଆଁକୁ ଆୟତ୍ତ କରିଥିଲା l

ଅଗ୍ନିକାଣ୍ଡ ଏତେ ଭୟଙ୍କର ଏବଂ କ୍ଷିପ୍ର ଥିଲା ଯେ ସଙ୍ଗେ ସଙ୍ଗେ ଘରର ଶେଷ ମୁଣ୍ଡରେ ଥିବା ରୋଷେଇ ଘର ସମେତ ୩ ବଖରା ସମ୍ପୂର୍ଣ୍ଣ ଜଳି ପୋଡି ପାଉଁଶ ହୋଇଯାଇଛି l ଅଗ୍ନିକାଣ୍ଡରେ ୩ ବଖରା ଘର, ଧାନ ଚାଉଳ, ଆସବାବପତ୍ର ପୋଡ଼ି ପାଉଶଁ ହୋଇଯାଇଥିଲା । ସର୍ଟସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି । ତେବେ ଦେବଙ୍କ ପରିବାରକୁ ସରକାର ସହାୟତା ଦେବା ପାଇଁ ଗ୍ରାମବାସୀ ନିବେଦନ କରିଛନ୍ତି l

 ରିପୋର୍ଟ : ବେଗୁନିଆପଡାରୁ ବାପୁନି କୁମାର ମାଲୁ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା