ଶହୀଦ ବିର୍ସାମୁଣ୍ଡା ଓ ବାବା ତିଲକା ମାଝୀଙ୍କର ପ୍ରତିମୂର୍ତିରେ ମାଲ୍ୟାର୍ପଣ…

ବାଲେଶ୍ୱର, ୧୬ ନଭେମ୍ବର : ଆଦିବାସୀଙ୍କର ଭଗବାନ ବିର୍ସାମୁଣ୍ଡାଙ୍କ ଜୟନ୍ତୀ ପାଳନ ଅବସରରେ ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅନ୍ତର୍ଗତ ଜମୁନାଠାରେ ଜାତୀୟ କଂଗ୍ରେସର ଆଦିବାସୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ମୁଖ୍ୟ ଅତିଥି ଭାବେ ବାଲେଶ୍ୱରର ସାଂସଦ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ ଯୋଗ ଦେଇ ଶହୀଦ ବିର୍ସାମୁଣ୍ଡା ଓ ବାବା ତିଲକା ମାଝୀଙ୍କର ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ଆଦିବାସୀ ଭାଇମାନେ ବିର୍ସାମୁଣ୍ଡାଙ୍କ ଭଳି ହେବା ଉଚିତ ବୋଲି କହିଥିଲେ ନବଜ୍ୟୋତି । ଅନ୍ୟ ମଂଚାସୀନ ଅତିଥି ଭାବେ ଜିଲ୍ଲା ସଭାପତି ସଂଜୀବ ଗିରି, ପୂର୍ବତନ ବିଧାୟକ ଅକ୍ଷୟ କୁମାର ଆଚାର୍ଯ୍ୟ ଓ ଚିତରଂଜନ ଷଡଙ୍ଗୀ, ନୀଳଗିରିର ବିଧାୟିକା ପ୍ରାର୍ଥୀନୀ ମନୋଜା ମଞ୍ଜୁରୀ ଦେବା, ବ୍ଲକ ସଭାପତି ମନୋରଞ୍ଜନ ପଣ୍ଡା, ଏନ୍ଏସି ସଭାପତି ଉପେନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ରହି ନିଜର ବକ୍ତବ୍ୟ ରଖିଥିଲେ । ଆଦିବାସୀମାନଙ୍କର ହକ୍ ପାଇଁ ହାତକୁ ହାତ ମିଶାଇ କଂଗ୍ରେସର ହାତମୁଠାକୁ ଟାଣ କରିବା ପାଇଁ ସମସ୍ତ ଅତିଥୀ ବୃନ୍ଦ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଆଦିବାସୀମାନେ ବାଜା ଓ ପାରମ୍ପାରିକ ନାଚର ତାଳେତାଳେ ଦରଖୋଳି ଡାକବଙ୍ଗଳାଠାରୁ ଅତିଥିମାନଙ୍କୁ ମଂଚସ୍ଥଳକୁ ପାଛୋଟି ନେଇଥିଲେ । ଆଦିବାସୀ ଅଧ୍ୟୁୁଷିତ ଅଂଚଳ ନୀଳଗିରି. ସ୍ୱାଧୀନତାର ୭୭ ବର୍ଷ ପରେ ବି ନୀଳଗିରିର ଅନେକ ଅଂଚଳରେ ବିକାଶ ହୋଇପାରି ନାହିଁ । ଏଥିପାଇଁ ଆମକୁ ଏକ ହୋଇ ବିଜେପି ଓ ବିଜେଡ଼ି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉପସ୍ଥିତ ଜନତାକୁ ଆହ୍ୱାନ ଦେଇଥିଲେ କଂଗ୍ରେସ କର୍ମୀ । ଏହି ଅବସରରେ ପାଂଚଜଣ ଛାମୁଆ କର୍ମୀ ଅନ୍ୟ ଦଳ ଛାଡ଼ି କଂଗ୍ରେସର ଯୋଗଦାନ କରିଥିଲେ । ସେମାନଙ୍କୁ ଜିଲ୍ଲା ସଭାପତି ସଂଜୟ ଗିରି ପୁଷ୍ପଗୁଚ୍ଛ ସହ ଉତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।
ରିପୋର୍ଟ : ନୀଳଗିରିରୁ ସତ୍ୟାନନ୍ଦ ପାତ୍ର