ଗାନ୍ଧି-ବିନୋବାଙ୍କ ସଂଯୋଗ ଦେଶ ପାଇଁ ଏକ ବଡ ବରଦାନ…

ଭୁବେନଶ୍ୱର, ୧୬ ନଭେମ୍ବର : ଭାରତ ରତ୍ନ ସନ୍ଥ ବିନୋବାଙ୍କର ୪୧ତମ ଶ୍ରାଦେ୍ଧାସôବ ଓ ଜାତୀୟ ସ୍ତରୀୟ ଗାନ୍ଧି ବିନୋବା ଦଶର୍ନ କମର୍ଶାଳା ସ୍ଥାନୀୟ ଗୀତ ଗୋବିନ୍ଦ ସଦନଠାରେ ଅନୁଷ୍ଠିତ ହୋଇଯାଇଛି । ସମରକ୍ରାନ୍ତି ସେନା ଦ୍ୱାରା ଆୟୋଜିତ ଓ ଓଡିଶା ଗାନ୍ଧି-ବିନୋବା ବିଚାର ମଞ୍ଜର ସହଯୋଗୀତାକ୍ରମେ ଅନୁଷ୍ଠିତ ଏହି ଉସôବରେ ଆବାହକ ସୁଧାଂଶୁ ମହାପାତ୍ର ଅଧ୍ୟକ୍ଷତା କରିଥିଲେ । ବିଶିଷ୍ଟ ଗାନ୍ଧିବାଦୀ କୃଷ୍ଣା ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦ୍ଘାଟନ କରି କହିଥିଲେ ଯେ, ଗାନ୍ଧି-ବିନୋବାଙ୍କ ସଂଯୋଗ ଦେଶପାଇଁ ଏକ ବଡ ବରଦାନ । କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଭୁବନେଶ୍ୱର ମଧ୍ୟମ ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗ ଦେଇ କହିଲେ ଯେ, ବରପୁତ୍ରଙ୍କ ସ୍ମୃତି ଚାରଣର ବ୍ୟାପକତା ହେବା ଦରକାର । ଡଃ. ବିଶ୍ୱନାଥ ପଟ୍ଟନାୟକ, ରାଷ୍ଟ୍ରୀୟ ସର୍ବସେବା ସଂଘର ମହାସଚିବ ଗୌରାଙ୍ଗ ମହାପାତ୍ର, କେୟାର ହସ୍ପିଟାଲର ପରିଚାଳକ ଡଃ. ଲୋକନାଥ ଦାଶ, ବିଶିଷ୍ଟ ସମାସେବିକା ଓ ଲେଖିକା ବନ୍ଦନା ପଣ୍ଡା ପ୍ରମୁଖ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇ ସନ୍ଥ ବିନୋବାଙ୍କର ଜୀବନାଦର୍ଶ ସର୍ମ୍ପକରେ ଆଲୋକପାତ କରିଥିଲେ ।
ସମରକ୍ରାନ୍ତି ସେନାର ସଭାପତି ବରିଷ୍ଠ ସାମ୍ବାଦିକ ସୁଜ୍ଞାନ ଚୌଧୁରୀ, ସ୍ୱାଗତ ଭାଷଣ ଦେଇଥିବା ବେଳେ ବିଶିଷ୍ଟ ଯୁବ ସମାଜସେବୀ ଅଭୟ ବଡଜେନା ଧନ୍ୟବାଦ ଅପର୍ଣ କରିଥିଲେ । ସମରକ୍ରାନ୍ତି ସେନାର ସମ୍ପାଦକ ପ୍ରମୋଦ କିଶୋର ପରିଡା ଯୁବ ସଂଗଠକ ସୌମିତ୍ରର ଉସôବ ପରିଚାଳନା କରିଥିଲେ । ଏହି ଉପଲେକ୍ଷ ଗାନ୍ଧି-ବିନୋବାଙ୍କ ଦଶର୍ନ ଉପେର ଆଧାରିତ ସ୍ମରଣୀକା ‘ସତ୍ୟାଗ୍ରହ’ ଉନ୍ମୋଚିତ ହେବା ସହିତ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅଜର୍ନ କରିଥିବା ୧୨ଜଣଙ୍କୁ ଗାନ୍ଧି-ବିନୋବା ଶାନ୍ତି ପୁରସ୍କାର-୨୦୨୩ ପ୍ରଦାନ କରାଯାଇଥିଲା । ସୂଚନାଯୋଗ୍ୟ ଯେ, ସନ୍ଥ ବିନୋବାଙ୍କ ଶ୍ରାଦେ୍ଧାସôବ ଉପଲେକ୍ଷ, ଏକ ଶାନ୍ତି ପଦଯାତ୍ରା ବାହାରିବା ସହିତ ମାଗାଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଥିଲା । ଏତଦ୍ ବ୍ୟତିତ ସହିଦ ସଂଗ୍ରାମୀ ‘ରଘୁ ସର୍ଦ୍ଦାରଙ୍କ ଆତ୍ମଜୀବନୀ’ ପୁସ୍ତିକା ଉନ୍ମୋଚିତ ହୋଇଥିଲା ।
ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ୍ ସିଂ