ଗାଡି ପାଇଁ କିଣନ୍ତୁ ସ୍ମାର୍ଟ ସୁରକ୍ଷା କବଚ ‘ଡ଼ାଡି’ସ୍ ରୋଡ କ୍ୟୁଆର ଷ୍ଟିକର’…

ଭୁବନେଶ୍ୱର, ୧୬ ନଭେମ୍ବର : ରାଜଧାନୀ ଭୁବନେଶ୍ୱରରେ ଲଂଚ ହେଲା ଡ଼ାଡି’ସ୍ ରୋଡ କ୍ୟୁଆର ଷ୍ଟିକର । ଯେତେବେଳେ ଆପଣ ଆପଣଙ୍କ ଗାଡିକୁ ପାର୍କ କରି ଚାଲିଯାନ୍ତି, ଆପଣଙ୍କ ଗାଡି ସମ୍ବନ୍ଧରେ କିଛି ଜାଣି ପାରନ୍ତି ନାହିଁ କିମ୍ବା କେଉଁ ଗାଡି ଆପଣଙ୍କ ରାସ୍ତା ଅବରୋଧ କରୁଛି, ଅସୁବିଧା ସୃଷ୍ଟି କରୁଛି ଓ ଆପଣ ସେ ଗାଡି ମାଲିକଙ୍କ ସହ କିପରି ଯୋଗାଯୋଗ କରିବେ ଏହି ସବୁ ଅସୁବିଧାର ସମାଧାନ ମିଳିବ ଅତି ସହଜରେ ଡ଼ାଡି’ସ୍ ରୋଡ କ୍ୟୁଆର ଷ୍ଟିକର ଦ୍ୱାରା । ଏହା ଏକ ନିଆରା ଏବଂ ଅଭିନବ ପ୍ରୟାସ ଯାହାକି ଆପଣଙ୍କ ଗାଡି, ଆପଣଙ୍କ ମୋବାଇଲ୍ ନମ୍ବର ଏବଂ ଆପଣଙ୍କ ଆଖପାଖର ଲୋକଙ୍କୁ ଅତି ସହଜରେ ସଂଯୋଗ କରିବ ।
ଡ଼ାଡି’ସ୍ ରୋଡ କ୍ୟୁଆର ଷ୍ଟିକର ହେଉଛି ଏକ ସ୍ଥାୟୀ ଭିନିଲ୍ ଷ୍ଟିକର୍ ଯେଉଁଥିରେ ଏକ କ୍ୟୁଆର କୋଡ୍ ଅଛି । ଯେଉଁଥିରେ ଆପଣଙ୍କ ମୋବାଇଲ ନମ୍ବର ସଂଯୁକ୍ତ କରିପାରିବେ ଓ ଆପଣ ଏହାକୁ ମାଗଣା ଡ଼ାଡି’ସ୍ ରୋଡ ଆପ୍ରେ ପଞ୍ଜୀକୃତ କରିପାରିବେ । ଏହି କ୍ୟୁଆର କୋଡ୍ରେ ଥିବା ଆପଣଙ୍କ ସମସ୍ତ ବିବରଣୀ ସୁରକ୍ଷିତ ଏବଂ ଗୋପନୀୟ ରଖାଯାଏ । ଯେକୋଣସି ବ୍ୟକ୍ତି ଯଦି ଏହି କ୍ୟୁଆର କୋଡ୍କୁ ସ୍କାନ କରିବେ କିମ୍ବା ଡ଼ାଡି’ସ୍ ରୋଡ ଆପ୍ରେ ଆପଣଙ୍କ ଗାଡି ନମ୍ବର ଦେବେ ସେମାନେ ଆପଣଙ୍କ ନମ୍ବର ନ ଜାଣି ମଧ୍ୟ, ଆପଣଙ୍କୁ ତୁରନ୍ତ ଯୋଗାଯୋଗ କରିପାରିବେ ।
କେବଳ ଏତିକି ନୁହେଁ ଡ଼ାଡି’ସ୍ ରୋଡ କ୍ୟୁଆର ଷ୍ଟିକର ଦ୍ୱାରା ଦୁର୍ଘଟଣା ସମୟରେ ଜରୁରୀକାଳୀନ ସତର୍କ ସୂଚନା, ପାର୍କିଂ ସମସ୍ୟାର ସୂଚନା, ଗାଡି ମାଲିକ ସହ ଯୋଗାଯୋଗ, ଗାଡିର ସମସ୍ତ କାଗଜ ପତ୍ରକୁ ଷ୍ଟୋର କରିବା ସହ କାଗଜ ପତ୍ର ଏବଂ ଆପଣଙ୍କ ବ୍ୟକ୍ତିଗତ ବିବରଣୀର ଗୋପନୀୟତା ସୁନିଶ୍ଚିତ କରିପାରିବେ । ଏହାସହ ଗାଡିର ବୀମା ଏବଂ ପ୍ରଦୂଷଣ କାଗଜ ପତ୍ର ସମ୍ବନ୍ଧୀୟ ତଥ୍ୟ ମଧ୍ୟ ପାଇ ପାରିବେ । ଡ଼ାଡି’ସ୍ ରୋଡ କ୍ୟୁଆର ଷ୍ଟିକରକୁ ଥରେ ମାତ୍ର କିଣିଲେ ଆଜୀବନ ମାଗଣା ହେଲ୍ପଲାଇନ ସେବା ପ୍ରଦାନ କରିବ । ତେବେ ଏହା ସବୁ ପ୍ରକାର ଗାଡି ପାଇଁ ଉପଲବ୍ଧ ।
ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ୍ ସିଂ