ଆସନ୍ତା ନଭେମ୍ବର ୧୭ ରୁ ଓଡ଼ିଶା ଫଟୋ ଫେୟାର – ୨୦୨୩ ଅନୁଷ୍ଠିତ…

ଭୁବନେଶ୍ୱର, ୧୫ ନଭେମ୍ବର : ଆସନ୍ତା ନଭେମ୍ବର ୧୭ ରୁ ୧୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ସୋଆ କନଭେନସନ୍ ସେଂଟର, କଳିଙ୍ଗ ନଗରଠାରେ ଓଡ଼ିଶା ଫଟୋ ଫେୟାର – ୨୦୨୩ ଅନୁଷ୍ଠିତ ହେବାକୁ ଯାଉଛି । ଏହି କାର୍ଯ୍ୟକ୍ରମକୁ ଓଡ଼ିଶା ଫଟୋଗ୍ରାଫର୍ସ ମହାସଂଘ ପକ୍ଷରୁ ଆୟୋଜିତ କରାଯିବ । ଏହି କାର୍ଯ୍ୟକ୍ରମରେ ଭାରତ ବର୍ଷର ଫଟୋଗ୍ରାଫି ସମ୍ବନ୍ଧୀୟ ବିଭିନ୍ନ ନାମିଦାମୀ କମ୍ପାନୀର ଷ୍ଟଲ ଲାଗିବା ସହ ପ୍ରଦର୍ଶନୀର ବ୍ୟବସ୍ଥା ହେବ । ଉକ୍ତ ପ୍ରଦର୍ଶନୀରେ ପ୍ରତ୍ୟେକ ଫଟୋଗ୍ରାଫର୍ ନିଜର କ୍ୟାମେରା ଓ ତତ୍ସମ୍ବନ୍ଧୀୟ ବିଭିନ୍ନ ଉପକରଣ ସୁଲଭ ମୁଲ୍ୟରେ ପାଇପାରିବେ । ଏହା ସହିତ କ୍ୟାମେରା ଫ୍ୟାସନ୍ ସୋ ଓ କର୍ମଶାଳା ଆଦି ଅନୁଷ୍ଠିତ ହେବ । ଓଡ଼ିଶାର ୩୬ଟି ସ୍ଥାନୀୟ ଓ ଜିଲ୍ଲା ଫଟୋଗ୍ରାଫର୍ସର୍ ସଂଘର ମିଳିତ ଉଦ୍ୟମରେ ଓଡ଼ିଶା ଫଟୋଗ୍ରାଫର୍ସ ମହାସଂଘ ଗଠନ କରାଯାଇଛି । ମହାସଂଘ ତରଫରୁ ଏ ନେଇ ଭୁବନେଶ୍ୱରର ୟୁନିଟ-୩ ସ୍ଥିତ ସାମ୍ବାଦିକ ଭବନଠାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଶା ଫଟୋଗ୍ରାଫର୍ସ ମହାସଂଘର ସଭାପତି ଅତୁଲ ସାଂଘଭି, ସମ୍ପାଦକ ଶିଶିର ନାୟକ, କୋଷାଧ୍ୟକ୍ଷ ସୁଶାନ୍ତ ମହାନ୍ତି, ସାଙ୍ଗଠନିକ ସମ୍ପାଦକ ଦିଲ୍ଲୀପ କୁମାର ମହାନ୍ତି, ଯୁଗ୍ମ ସାଙ୍ଗଠନିକ ସମ୍ପାଦକ ରୁବି ନନ୍ଦ ଓ ଅବିନାସ ପାତ୍ର, ଲୋକ ସମ୍ପର୍କ ଅଧିକାରୀ ପ୍ରକାଶ କୁମାର ମହାକୁଳ ପ୍ରମୁଖ ଉପସ୍ଥିତ ରହି ଓଡ଼ିଶା ଫଟୋ ଫେୟାର – ୨୦୨୩ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଫଟୋ ଗ୍ରାଫର ମହାସଂଘର ସଦସ୍ୟ ଓ କର୍ମକର୍ତାମାନେ ଉପସ୍ଥିତ ଥିଲେ ।
ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ୍ ସିଂ