ଓଡିଶା

ଉପଖଣ୍ଡସ୍ତରୀୟ କୃଷିଯନ୍ତ୍ରପାତି ମେଳା ଉଦଘାଟିତ…

ଢେଙ୍କାନାଳ, ୧୫ ନଭେମ୍ବର : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନମଣ୍ଡଳୀରେ ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଆୟୋଜିତ ହୋଇଛି । ସ୍ଥାନୀୟ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମେଳାରେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଢେଙ୍କାନାଳ ଜିଲ୍ଲାପରିଷଦ ଅଧ୍ୟକ୍ଷ ଅର୍ଚ୍ଚନା ପୁହାଣ, ହିନ୍ଦୋଳ ଉପଜିଲ୍ଲାପାଳ ଶିବାନନ୍ଦ ସ୍ୱାଇଁ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଦୀପ୍ତିକାନ୍ତ ରାଉତରାୟ, ଏନ୍ଏସି ଅଧ୍ୟକ୍ଷ କେଶବ ପ୍ରଧାନ, କୃଷି ଜିଲ୍ଲା ଅଧିକାରୀ ଗାୟତ୍ରୀ ସାହୁ, ବ୍ଲକ ଉପାଧ୍ୟକ୍ଷ ବରୁଣ ସର, ଆତ୍ମା ଅଧ୍ୟକ୍ଷ କେଶବ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

ଏହି ଅବସରରେ ମୁଖ୍ୟ ଅତିଥି ସୀମାରାଣୀ ନାୟକ ମେଳାର ମହତ୍ୱ, କୃଷି ଯନ୍ତ୍ରପାତିର କାର୍ଯ୍ୟକାରିତା ଏବଂ ଏହାଦ୍ୱାରା କିଭଳି ଚାଷକାର୍ଯ୍ୟ ସହଜ ହୁଏ ବୁଝାଇବା ସହ କୃଷିକୁ ଗୁରୁତ୍ୱ ଦେଇ କୃଷକଙ୍କୁ ସମ୍ମାନ ଦେବାକୁ ଆହ୍ୱାନ ଦେଇଥିଲେ । ହିନ୍ଦୋଳରେ କୃଷିର ଉର୍ନ୍ନତି ପାଇଁ ଜଳସେଚନ ନିମନ୍ତେ ବଡଜୋରା ପ୍ରୋଜେକ୍ଟକୁ କାର୍ଯ୍ୟକାରୀ କରାଯିବା ପାଇଁ ବିଧାୟିକା ନିଜେ ଉଦ୍ୟମ କରୁଥିବା ସହ ରାଜ୍ୟସରକାର ମଧ୍ୟ ଗୁରୁତର ସହ ଏହାକୁ ବିଚାର କରୁଛନ୍ତି ବୋଲି ପ୍ରକାଶ କରିଥିଲେ । ଉପଜିଲ୍ଲାପାଳ, ଜିଲ୍ଲାପରିଷଦ ଅଧ୍ୟକ୍ଷା ଓ ଅନ୍ୟାନ୍ୟ ଅତିଥିମାନେ ମଧ୍ୟ କୃଷି ଯନ୍ତ୍ରପାତି ମେଳା, କୃଷି ଓ କୃଷକ ସମ୍ବନ୍ଧୀୟ ବହୁତ ମୂଲ୍ୟବାନ ପରାମର୍ଶ ଦେଇଥିଲେ । ଏହି ମେଳା ଆସନ୍ତା ତିନିଦିନ ଧରି ଚାଲିବାକୁ ଥିବାବେଳେ ବହୁ ଜନସମାଗମ ଦେଖିବାକୁ ମିଳିଛି । ବହୁ ପ୍ରକାର କୃଷି ଯନ୍ତ୍ରପାତି, ଉପକରଣ, ମାଣ୍ଡିଆ ଜାତୀୟ ଖାଦ୍ୟ, ହାତ ତିଆରି ବଡି, ପାମ୍ପଡ଼, ଆଚାର, ବିଭିନ୍ନ ପ୍ରକାର ପନିପରିବ. ଫଳମୂଳ ଇତ୍ୟାଦିର ପସରା ପାଇଁ କୃଷକ ଓ ବହୁ ଜନସାଧାରଣ ଏହି ମେଳାକୁ ଦେଖିବାକୁ ଆସୁଛନ୍ତି ।

ରିପୋର୍ଟ : ଢେଙ୍କାନାଳରୁ ସୁଜିତ୍ କୁମାର ବେହେରା

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା