ବେଗୁନିଆପଡା ପଦଯାତ୍ରାରେ ସାମିଲ ହେଲେ ବିଧାୟିକା

ଗଞ୍ଜାମ, ୧୫ ନଭେମ୍ବର : ବେଗୁନିଆପଡା ବ୍ଲକ ବିଜେଡି ପଦଯାତ୍ରାରେ ସାମିଲ ହେଲେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ । ବେଗୁନିଆପଡା ବ୍ଲକର ମର୍ଦକୋଟ, ବରିଡା, ଏସ୍. ଛଚିନା, ଚନ୍ଦନପୁର, ଘୋଡାପଡା, ମର୍ଦ୍ଧମେଖ ପଂଚାୟତରେ ବିଜେଡି ପଦଯାତ୍ରା କରିଥିବା ବେଳେ ବିଧାୟିକା ଲତିକା ପ୍ରଧାନ ଏଥିରେ ଯୋଗଦେଇ ବିଜେଡି ସରକାରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଆଲୋକପାତ କରିବା ସହ ଆଗାମୀ ଦିନରେ ଦଳକୁ କିଭଳି ଆହୁରି ସୁଦୃଢ କରାଯାଇପାରିବ ସେ ନେଇ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ପଦଯାତ୍ରାରେ ବେଗୁନିଆପଡା ବ୍ଲକ ବିଜେଡି ସଭାପତି ସିମାଂଚଳ ସାମଲ, ବ୍ଲକ ଅଧକ୍ଷା ରେଣୁ ଗୌଡ଼, ଜିଲ୍ଲା ପରିଷଦ ସଭ୍ୟା ମଧୁମିତା ସାହୁ, ସମାଜସେବୀ ମହେଶ୍ୱର ବରାଡ଼, ଆତ୍ମାର ଅଧକ୍ଷ ବିଜୟ ପ୍ରଧାନଙ୍କ ସମେତ ବହୁ ପଂଚାୟତର ସରପଂଚ, ସମିତିସଭ୍ୟ ଓ ବିଜେଡି କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ : ବେଗୁନିଆପଡାରୁ ବାପୁନି କୁମାର ମାଲୁ