ଓଡିଶା

ଶ୍ରୀମନ୍ଦିର ପାଇଁ ନୂଆବର୍ଷରୁ ଲାଗୁ ହେବ ନୂଆ ନିୟମ…

ପୁରୀ, ୧୪ ନଭେମ୍ବର : ଶ୍ରୀମନ୍ଦିର ପାଇଁ ନୂଆବର୍ଷରୁ ଲାଗୁ ହେବ ନୂଆ ନିୟମ । ପାନ, ଗୁଟଖାକୁ ବ୍ୟାନ କରିଛି ଶ୍ରୀମନ୍ଦିର ପ୍ରଶାସନ । ବରାହ ପୁରାଣ ଆଧାରରେ କଟକଣା ଲଗାଯାଇଥିବା କହିଛନ୍ତି ଶ୍ରୀମନ୍ଦିର ପ୍ରଶାସକ ରଞ୍ଜନ ଦାସ । ଜାନୁୟାରୀ ପହିଲାରୁ ଶ୍ରୀମନ୍ଦିର ପରିସରରେ ଡ୍ରେସ୍ କୋର୍ଡ ଭଳି ପାନ, ଗୁଟଖାକୁ ସମ୍ପୂର୍ଣ୍ଣ ନିଷେଧ କରାଯିବ । ଏଥିନିମନ୍ତେ ଆଜିଠୁ ସମସ୍ତଙ୍କୁ ସଚେତନ କରାଯିବ । ଏ ନେଇ ଛତିଶା ନିଯୋଗକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚିଠି କରାଯାଇଛି ।

କେବଳ ଭକ୍ତ ନୁହେଁ ମନ୍ଦିରକୁ ପ୍ରବେଶ କରୁଥିବା ପୂଜକ, ସେବାୟତ, ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ କର୍ମଚାରୀ, ପୁଲିସ୍‌ କର୍ମଚାରୀଙ୍କ ପାଇଁ ମଧ୍ୟ ଏହି ନିୟମକୁ କଡାକଡି କରାଯିବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ।

ପୁରୀ ଶ୍ରୀମନ୍ଦିରକୁ ପ୍ରତିଦିନ ହଜାର ହଜାର ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଆସିଥାନ୍ତି । ତେବେ ମନ୍ଦିର ପରିସରରେ ପାନ, ଗୁଟଖା ଖାଇ ଲୋକେ ଛେପ ପକାଉଥିବାରୁ ଭକ୍ତମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଏହି ନିୟମ ପ୍ରଣୟନ କରାଯିବା ସହ ଏହାକୁ କଡାକଡି ଭାବେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା