ବିଶିଷ୍ଟ ସମାଜସେବୀ ଧର୍ମପ୍ରାଣ ଶରତ ବସନ୍ତରାୟଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ…

ମାହାଙ୍ଗା : ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଞ୍ଚସଙ୍ଗ ବଳରାମପୁରରେ ବିଶିଷ୍ଟ ସମାଜସେବୀ ଧର୍ମପ୍ରାଣ ଶରତ ବସନ୍ତରାୟଙ୍କ ସ୍ମୃତିରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି l ବରିଷ୍ଠ ସାମ୍ବାଦିକ ଅଖିଳେଶ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସ୍ମୃତି ସଭାକୁ ସାମ୍ବାଦିକ ବିନୟ କୁମାର ଦାସ ସଂଚାଳନ କରିଥିଲେ l କାର୍ଯ୍ୟକ୍ରମରେ ଶିକ୍ଷାବିତ ବଂଶୀଧର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମାଜରେ ଭଲ ମଣିଷ ତିଆରି କରିବାକୁ ସ୍ବର୍ଗତ ବସନ୍ତରାୟଙ୍କ ଜୀବନବ୍ୟାପି ଉତ୍ସର୍ଗ ବିଷୟରେ କହିଥିଲେ । ଏଥିରେ ମୁଖ୍ୟବକ୍ତା ଭାବେ ସାମ୍ବାଦିକ ପ୍ରଫୁଲ କୁମାର ମିଶ୍ର ଯୋଗ ଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ସୁଶାନ୍ତ କୁମାର ନାୟକ, ପ୍ରଶାନ୍ତ କୁମାର ସ୍ୱାଇଁ, ଚନ୍ଦ୍ରମଣି ଭୂୟାଁ, ପ୍ରଭାତ କୁମାର ମହାନ୍ତି, ଦିଲୀପ ଦାସ, ମନୋଜ ମହାନ୍ତି, ସାମ୍ବାଦିକ ସୀତାନାଥ ସିଂ, ମନୋଜ ଆଚାର୍ଯ୍ୟ, ତାପସ ବିଶ୍ୱାଳ, ଦୀପକ ଦାସ, ଅସିତ୍ କୁମାର ସାମଲ, ସୁବାଶିଷ ବସନ୍ତରାୟ, ଦିଲ୍ଲୀପ କୁମାର ବିଶ୍ୱାଳ, ଅଚ୍ୟୁତାନନ୍ଦ ଦୀକ୍ଷିତ, ରଘୁନାଥ ପାତ୍ର, ଆଶୁତୋଷ ନନ୍ଦ ପ୍ରମୁଖ ଯୋଗ ଦେଇ ଦିବଂଗତ ଶରତ ବସନ୍ତରାୟଙ୍କ ବହୁମୁଖୀ ଜୀବନ ଆଦର୍ଶ ଉପରେ ଆଲୋକପାତ କରିବା ସହ ତାଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ l
ଆୟୋଜିତ ଉତ୍ସବରେ “ଅଭୁଲା ସ୍ମୃତି” ଶୀର୍ଷକ ସ୍ମରଣିକାକୁ ଅତିଥିମାନେ ଉନ୍ମୋଚନ କରିଥିଲେ l ଏହି କାର୍ଯ୍ୟକ୍ରମରେ ବହୁ ଶରତ ପ୍ରେମୀ ଯୋଗ ଦେଇ ଦିବଂଗତ ବସନ୍ତରାୟଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l
ରିପୋର୍ଟ : ସାଲେପୁରରୁ ଅଭୟ ଜେନା