ସେବା ମନୋଭାବ ହିଁ ମାନବ ସମାଜକୁ ଉନ୍ନତି କରାଏ…

ଜଟଣୀ : ୧୯୭୩ ମସିହାରେ ବରିଷ୍ଠ ରାଜ ଯୋଗିନୀ ବ୍ରହ୍ମା କୁମାରୀ ଡଃ କମଲେଶ ଦିଦି ଜି ଉତ୍କଳ ଧରଣୀରେ ସର୍ବ ପ୍ରଥମେ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ସ୍ଥାପନା କାର୍ଯ୍ୟରେ ଯେଉଁ ଆଧ୍ୟାତ୍ମିକ ସେବା ପ୍ରଦାନ କରିଥିଲେ ତାହାର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଜଟଣୀ ସ୍ଥିତ ଅଗ୍ରୱାଲ ଧର୍ମଶାଳା ପ୍ରାଙ୍ଗଣରେ ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ସାଂସଦ ଭୁବନେଶ୍ବର ଅପରାଜିତା ଷଡଙ୍ଗୀ ଯୋଗ ଦେଇ ବଡବଜାରସ୍ଥିତ ରାଜଯୋଗ ଭବନ କେନ୍ଦ୍ର ଗୃହକୁ ଫିତା କାଟି ଉଦ୍ଘାଟନ କରିଥିଲେ I ଏଥିରେ ମୁଖ୍ୟ ପ୍ରବକ୍ତା ଭାବେ ଆଦରଣୀୟା ସମ୍ମାନନୀୟା କମଲେଶ ଦିଦି ଜି ଆର୍ଶୀବଚ୍ଚନ ପ୍ରଦାନ କରିଥିଲେ I ଏହି କାର୍ଯ୍ୟକ୍ରମରେ ଭାରତର ବିଭିନ୍ନ ରାଜ୍ୟରୁ ବ୍ରହ୍ମା କୁମାରୀ ଭାଇ ଭଉଣୀମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ I
ରିପୋର୍ଟ : ଜଟଣୀରୁ ପ୍ରଶାନ୍ତ କୁମାର ସାହୁ