ଦୁର୍ନୀତିକୁ ବିରୋଧ କରିଵା ପାଇଁ କରାଯାଉଛି ସଚେତନ…

କୋଟପାଡ଼ : ଦୁର୍ନୀତି ନିବାରଣ ସଚେତନ ସପ୍ତାହ -୨୦୨୩ ଅବସରରେ କୋଟପାଡ଼ ବ୍ଲକ ସଭାଗୃହରେ ଦୁର୍ନୀତି ନିବାରଣ ସଚେତନତା ସଭା ଆୟୋଜିତ ହୋଇଯାଇଛି l ଏହି ସଭାରେ ଦୁର୍ନୀତିକୁ କିଭଳି ବିରୋଧ କରିଵା ଏବଂ ରାଷ୍ଟ୍ର ପ୍ରତି କିପରି ସମର୍ପିତ ରହିବା ସେ ଦିଗରେ ସଚେତନତା ବାର୍ତ୍ତା ଦିଆଯାଇଥିଲା l ପ୍ରଥମେ କୋଟପାଡ଼ ଗାନ୍ଧୀ ଛକସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଏକ ସଚେତନତା ଶୋଭାଯାତ୍ରା ବାହାରିଥିଲା ।

ଏହି ସଭାଯାତ୍ରରେ ଅଙ୍ଗନବାଡି କର୍ମୀ, ଏସ୍.ଏଚ୍.ଜି ଗ୍ରୁପ, ବ୍ଲକ କର୍ମଚାରୀ, ହାଇସ୍କୁଲ ଏବଂ କଲେଜର ଛାତ୍ରଛାତ୍ରୀ ଯୋଗ ଦେଇ ଦୁର୍ନୀତି ନିବାରଣ ସ୍ଲୋଗାନ ଦେବା ସହ କୁସୁମୀଛକ, ଦୁଲପୁରଛକ ଅତିକ୍ରମ କରି ଏନ୍ଏସି ଅଫିସ, କୋଟପାଡ଼ ଥାନା ଏବଂ ତହସିଲ ଅଫିସ ଦେଇ କୋଟପାଡ଼ ବ୍ଲକ ଅଫିସ ପର୍ଯ୍ୟନ୍ତ ପହଞ୍ଚିଥିଲା । ସେଠାରେ ଦୁର୍ନୀତି ନିବାରଣ ଉପରେ ଡିବେଟରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯିବା ସହ ସଚେତନତା ସଭା ଆୟୋଜିତ ହୋଇଥିଲା l ପାର୍ବତୀ ସମୟରେ ଚାନ୍ଦିଲି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଦୁର୍ନୀତି ନିବାରଣ ସଚେତନତା ଦିଗରେ ଗ୍ରାମ୍ୟ ସଭାର ଆୟୋଜନ ଅନୁଷ୍ଠିତ ହୋଇଛି l ଉକ୍ତ କାର୍ଯ୍ୟକ୍ରମରେ କୋଟପାଡ଼ ଗୋଷ୍ଠି ଉନୟନ ଅଧିକାରୀ ଲଳିତ ମଣ୍ଡଳ, କୋରାପୁଟ ଭିଜିଲାନ୍ସ ଇନ୍ସପେକ୍ଟର ସଞ୍ଜୟ କୁମାର ପ୍ରଧାନ, କୋଟପାଡ଼ ମହିଳା ଓ ଶିଶୁଵିକାଶ ଅଧିକାରୀ ସୁମିତା ଦେବୀ ତ୍ରିପାଠୀ ଏବଂ ବ୍ଲକ ଅଧ୍ୟକ୍ଷା କମଳା ଭତରା ପ୍ରମୁଖ ଯୋଗ ଦେଇଥିଲେ l
ରିପୋର୍ଟ : କୋଟପାଡରୁ ସୁନୀଲ ଦାଶ