ଓଡିଶା

ସୁସ୍ଥ ଜୀବନଶୈଳୀ ନିରାପଦ ଜୀବନର ମୂଳମନ୍ତ୍ର…

ଭୁବନେଶ୍ବର : ଆମ୍ରି ହସ୍ପିଟାଲ ପକ୍ଷରୁ ବିଶ୍ୱ ବ୍ରେନ୍ ଷ୍ଟ୍ରୋକ୍ ଦିବସ ପାଳିତ ହୋଇଯାଇଛି । ବ୍ରେନ୍ ଷ୍ଟ୍ରୋକର କାରଣ, ଲକ୍ଷଣ ଓ ଚିକିତ୍ସା ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରିବା ପାଇଁ ହସ୍ପିଟାଲ ପରିସରରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ସଚେତନ କରିବା ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଆମ୍ରି ହସ୍ପିଟାଲର ସ୍ନାୟୁରୋଗ ବିଶେଷଜ୍ଞ ଡାକ୍ତର ଲକ୍ଷ୍ମୀଧର ପାଢ଼ୀ, ଡାକ୍ତର ପିଆର ଭୂୟା, ସ୍ନାୟୁଶଲ୍ୟ ବିଶେଷଜ୍ଞ ଡାକ୍ତର ଆକାଶ ଅଗ୍ରୱାଲ ଏବଂ ହସ୍ପିଟାଲର ଅନ୍ୟ ଡାକ୍ତରମାନେ ଏଥିରେ ଭାଗ ନେଇଥିଲେ । ବ୍ରେନ୍ ଷ୍ଟ୍ରୋକ୍  ବିଷୟରେ ସାଧାରଣ ଲୋକଙ୍କୁ ସଚେତନ କରାଇବା ସହିତ ଷ୍ଟ୍ରୋକ୍ ସମ୍ପର୍କରେ ତାଙ୍କ ମନରେ ଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ ।

ଏହି ଅବସରରେ ଡାକ୍ତର ଲକ୍ଷ୍ମୀଧର ପାଢ଼ୀ ବ୍ରେନ୍ ଷ୍ଟ୍ରୋକ୍ ଠାରୁ ବର୍ତ୍ତିବା ପାଇଁ ସୁସ୍ଥ ଖାଦ୍ୟପେୟ ଓ ଜୀବନଶୈଳୀ ଉପରେ ଗୁରୁତ୍ଵ ଦେବା ସହିତ ପ୍ରତିଦିନ ବ୍ୟାୟାମ କରିବା ପାଇଁ ପରାମର୍ଶ ଦେଇଥିଲେ । ସେହିପରି ଡାକ୍ତର ପିଆର ଭୂୟା ପ୍ରତିଦିନ ଚାଲିବା ଆମ ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ ସେ ସମ୍ପର୍କରେ କହିଥିଲେ । ଡାକ୍ତର ଆକାଶ ଅଗ୍ରୱାଲ ବ୍ରେନ୍ ଷ୍ଟ୍ରୋକର ପ୍ରାଥମିକ ଲକ୍ଷଣ ସମ୍ପର୍କରେ ଏବଂ ଡାକ୍ତର ସୁନୀଲ ପାତ୍ର ବ୍ରେନ୍ ଷ୍ଟ୍ରୋକ୍ ଚିକିତ୍ସା ପଦ୍ଧତି ସମ୍ପର୍କରେ କହିଥିଲେ ।

ଏହି ଅବସରରେ ଆମ୍ରି ହସ୍ପିଟାଲର ମେଡିକାଲ ସୁପରିଟେଣ୍ଡ ଡାକ୍ତର ସିଦ୍ଧର୍ଥ ମିଶ୍ର ବ୍ରେନ୍ ଷ୍ଟ୍ରୋକ ଚିକିତ୍ସା ପାଇଁ ଆମ୍ରି ହସ୍ପିଟାଲ ଭୁବନେଶ୍ଵରରେ ଉପଲବ୍ଧ ବିଭିନ୍ନ ଅତ୍ୟାଧୁନିକ ଚିକିତ୍ସା ସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ । ବ୍ରେନ୍ ଷ୍ଟ୍ରୋକ ସମେତ ବିଭିନ୍ନ ପ୍ରକାର ବ୍ରେନ୍ ରୋଗର ଚିକିତ୍ସା କରିବା ପାଇଁ ଆମ୍ରି ହସ୍ପିଟାଲରେ ରହିଛି ସ୍ୱତନ୍ତ୍ର ବିଭାଗ । ଏଠାରେ ବ୍ରେନ୍ ଷ୍ଟ୍ରୋକର ସଫଳ ଚିକିତ୍ସା କରିବା ପାଇଁ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ ବୋଲି ପରାମର୍ଶ ଦେଇଥିଲେ ।

ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ୍ ସିଂ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା