ଆସନ୍ତା ନିର୍ବାଚନ ପୂର୍ବରୁ ଭୋଟର ସଚେତନତା ପାଇଁ ଆୟୋଜିତ ହେଉଛି ପଥ ଉତ୍ସବ..

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ପାଳିତ ହେଉଛି ପଥ ଉତ୍ସବ । ମୋ ଭୋଟ ମୋ ସମ୍ମାନ ସହିତ ନୂତନ ଭୋଟରଙ୍କୁ ଅଭିନନ୍ଦନ ଜଣାଇ ଜଗତସିଂହପୁର ସହରର କଲେଜ ଛକଠାରୁ ଜିଲ୍ଲାପାଳଙ୍କ କାଯ୍ୟାଳୟ ପର୍ଯ୍ୟନ୍ତ ସଚେତନତା ବାର୍ତ୍ତା ନେଇ ୱାକାଥାନକୁ ଉଦଘାଟନ କରିଛନ୍ତି ଅତିରିକ୍ତ ଜିଲ୍ଲାପାଳ ଲଗ୍ନଜିତ ରାଉତ । ଆୟୋଜିତ କାର୍ଯ୍ୟକ୍ରମରେ ଉପ ଜିଲ୍ଲାପାଳଙ୍କ ସହିତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଏଥିରେ ସାମିଲ ହୋଇଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପାରୁଲ ପାଟୱାରୀ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଉପଲକ୍ଷେ ରଙ୍ଗୋଲି, ଝୋଟି, ନୃତ୍ୟ, କୁଇଜ ସହିତ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ସ୍କୁଲ କଲେଜ ଛାତ୍ରଛାତ୍ରୀ, ଯୁବକ ଯୁବତୀ, ମହିଳା, ସହର ବାସିନ୍ଦା ଓ ବୁଦ୍ଧିଜୀବୀ ସାମିଲ ହୋଇଥିବା ଦେଖିବାକୁ ମିଳିଛି ।
ରିପୋର୍ଟ : ଜଗତସିଂହପୁରରୁ ରୀତା ସାହୁ